ମରଣ ଯନ୍ତା ୫୫ନମ୍ବର ଜାତୀୟ ରାଜପଥ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବତୀ ମୃତ !

ଢ଼େଙ୍କାନାଳ : ଢେଙ୍କାନାଳ କଲେଜ ବାଇପାସ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟ୍ରକ ଚାପି ଦେବାରୁ ବାଇକରେ ଆସୁଥିବା ଜଣେ ଯୁବତୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l

ସୂଚନା ଥାଉକି ୪ବର୍ଷ ବିତିଗଲା କିନ୍ତୁ ୫୫ନମ୍ବର ଜାତୀୟ ରାଜପଥ କାମ ସରିପାରିଲାନି l ଜୁନ ୨୦୨୨ ରେ ରାସ୍ତା କାମ ସମ୍ପୂର୍ଣ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ପ୍ରତିଶୃତି ଦେଇଥିଲେ l ରାସ୍ତା କାମ ଶୀଘ୍ର କରିବାପାଇଁ ବାରମ୍ବାର ଦାବିହେଉଥିଲେ ମଧ୍ୟ ରାସ୍ତା କାମ ଯେଭଳି ଗତିରେ ହେଵା କଥା ହେଉନାହିଁ l ଢେଙ୍କାନାଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଅବସ୍ଥା ଅତି ଶୋଚନୀୟ ଓ ଭୟଙ୍କର l

ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି l ମାର୍ଚ୍ଚ ୧୮ ତାରିଖ ଠାରୁ ଜାତୀୟ ରାଜପଥ କାମ ନେଇଥିବା ଗାୟତ୍ରୀ କନଷ୍ଟ୍ରକସନ ଏମ୍ ଏସ୍ ଇନଫ୍ରା ନାମକ ଏକ ଠିକା କମ୍ପାନୀକୁ ଚୌଦ୍ୱାର ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାସ୍ତା କାମଟି ସମ୍ପୂର୍ଣ କରିବାକୁ ନିଯୁକ୍ତି କରିଛି ଏବଂ ଏହି କମ୍ପାନୀ ଚୌଦ୍ୱାର ନିକଟରେ ମାର୍ଚ୍ଚ ୧୮ ଠାରୁ କିଛି କାମ ଆରମ୍ଭ କରିଛି ଏବଂ ଏ କାମ ଯେଭଳି ଚାଲିଛି ତାହା ଶୀଘ୍ର ସରିଲା ଭଳି ଲାଗୁନି l

ଇତ୍ୟଅବସରରେ ଢେଙ୍କାନାଳ ଜିଲ୍ଲା ଓକିଲ ସଙ୍ଘ, ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ବାଣିଜ୍ୟ ସଙ୍ଘ ଜିଲ୍ଲାପାଳଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାସ୍ତାକାମ କିଭଳି ଶୀଘ୍ର ସରିବ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କ ସହିତ ଆଲୋଚନା କରିବାରେ ୩୦ଜୁନ ୨୦୨୨ ସୁଦ୍ଧା ମଙ୍ଗୁଳି ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗୋଟିଏ ପାଖ ରାସ୍ତା ସମ୍ପୂର୍ଣ ଭାବେ କାମକରି ସୁବିଧାରେ ଗାଡି ମଟର ଯିବାଆସିବା ବ୍ୟବସ୍ଥା କରିବେବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ଯାହା ଆମ୍ଭେ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରୁ ଜାଣିଲୁ କିନ୍ତୁ ଦୁଃଖର ବିଷୟ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଗଲା l

ଜୁନ ୩୦ ସରିଲା କିନ୍ତୁ ଏପର୍ଯ୍ୟନ୍ତ ଏକପାଖିଆ ରାସ୍ତାଟି ସମ୍ପୂର୍ଣ ହୋଇପାରିଲା ନାହିଁ ଏବଂ କେବେ ସରିବ ତାହା କେବଳ ଭଗବାନ ଜାଣନ୍ତି l ଢେଙ୍କାନାଳ ୧ନମ୍ବର ୱାର୍ଡ ଆନନ୍ଦ ନଗର ଠାରୁ କଲେଜ ବାଇପାସ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ମୁର୍ତ୍ୟୁଯନ୍ତା ସଦୃଶ୍ୟ ହୋଇଛି ଯାହାଫଳରେ ଆଜି ଗୋଟିଏ ନିରୀହ ଝିଅଟିଏ ଦୁର୍ଘଟଣାରେ ଜୀବନ ହରେଇଲା l

ଜିଲ୍ଲା ପ୍ରଶାସନ ସବୁ ଦେଖି ଧୃତରାଷ୍ଟ୍ରଙ୍କ ପରି ଅନ୍ଧ ହୋଇଯାଇଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ହାତରେ ଅନେକ କ୍ଷମତା ଥାଇ ମଧ୍ୟ ଏମାନେ ଜାତୀୟ ରାଜପଥ ପ୍ରାଧିକରଣ ଓ ଠିକାଦାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାର କରଣ କଣ ?

ଦୁର୍ଘଟଣା ଅଞ୍ଚଳରେ ଜନସାଧାରଣ ରାସ୍ତା ରୋକ କରିଥିଲେ ଯାହାଫଳରେ ରାସ୍ତାର ଉଭୟପାର୍ଶ୍ଵରେ ବହୁସଂଖ୍ୟାରେ ଜମା ହୋଇ ରହିଥିଲା l ଢେଙ୍କାନାଳ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସହିତ ଆଲୋଚନା କରି ୭ଦିନ ମଧ୍ୟରେ ବାଇପାସ ଉଭୟ ପାର୍ଶ୍ଵରେ ହମ୍ସ ଓ କଲେଜ ବାଇପାସ ଠାରୁ ଆନନ୍ଦ ନଗର ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରିବାକୁ କହିଛନ୍ତି ଯଦି ଏହି ସମୟ ମଧ୍ୟରେ ଏ କାମ ନ ହୁଏ ଏ ଅଞ୍ଚଳବାସୀ ବାଧ୍ୟ ହୋଇ ରାସ୍ତାରୋକ କରିବେ ବୋଲି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି l

Leave A Reply

Your email address will not be published.

five − one =