ଭୁବନ ; ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭୁବନ ପଞ୍ଚାୟତ ସମିତିଠାରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭୁବନ ବ୍ଲକ ଠାରେ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସମିତିର ତୃତୀୟତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକକୁ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ପରିଚାଳନା କରିଥିଲେ । ବ୍ଲକ ନିର୍ବାହୀ ଅଧିକାରୀ ଆଶୀର୍ବାଦ ପରିଡା ବୈଠକରେ ଉପସ୍ଥିତ ଅତିଥି ପରିଚୟ ଦେଇଥିଲେ ।
ଉକ୍ତ ବୈଠକ ରେ ମନ୍ତ୍ରୀ ନିଜ ଅଭିଭାଷଣରେ ଭୁବନ ବ୍ଲକ ର ଉନ୍ନତି ନିମନ୍ତେ ଯଥାସମ୍ଭବ କାର୍ଯ୍ଯ ଉପରେ ଯୋର ଦେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ର ସଠିକ ରୂପାୟନ ନିମନ୍ତେ ବିଭାଗୀୟ ଅଧିକାରୀ ଓ ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତର ପାନୀୟଜଳ ସମସ୍ୟା ଓ ସମାଧାନ , ମନେରଗା କାର୍ଯ୍ୟ ର ସୁଫଳ ପରିଚାଳନା, ପରିମଳ ଓ କୃଷି ର ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ବିଭିନ୍ନ ବିଭାଗ କୁ ନେଇ ଜନପ୍ରତିନିଧିମାନଙ୍କ ଅଭିଯୋଗ ମାନ୍ୟବର ମନ୍ତ୍ରୀ ତର୍ଜମା କରିବା ସହିତ ବିଭାଗିୟ ଅଧିକାରୀଙ୍କ ସହିତ ସମାଧାନ ନିମନ୍ତେ ଆଲୋଚନା କରିଥିଲେ ।

ବ୍ଳକ ରେ ଭୂତ ଖାଉଛି ଚାଉଳ ନାମରେ ଉଠିଥିବା ଅଭିଯୋଗ ର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭୁବନ ଯୋଗାଣ ବିଭାଗ ଅଧିକାରୀ ବାଘା ବେସ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.

5 − 3 =