ପ୍ରଧାନ ଡାକଘରେ ମାଇଁ ଷ୍ଟାମ୍ପ କାଉଣ୍ଟର ଉଦଘାଟିତ !

ଢ଼େଙ୍କାନାଳ : ଏକ ମାଇଁଷ୍ଟାମ୍ପ କାଉଣ୍ଟର ଉଦଘାଟିତ ହୋଇଯାଇଛି। ଜିଲ୍ଲା ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇଥଲେ।

ପ୍ରଧାନ ଡାକଘରେ ଏହି ମାଇଁ ଷ୍ଟାମ୍ପ କାଉଣ୍ଟର ଉଦଘାଟନ ହେବା ଦ୍ୱାରା ଜିଲ୍ଲାର ସମସ୍ତ ଜନସାଧାରଣ ଏହାର ଲାଭ ଉଠାଇ ପାରିବେ। ନିଜର ଫଟୋ ତଥା ଜନ୍ମଦିନ, ବିବାହ, ବ୍ରତଘର, ଅବସରକାଳୀନ ସ୍ମୃତିସହିତ ବିଭିନ୍ନ ପର୍ବ ପର୍ବାଣି ଓ ଜନ୍ମ ଦିନ ଉପରେ ଡାକଟିକଟ ଅତିସହଜରେ ଏବଂ ହାତ ପାହାନ୍ତାରେ ପ୍ରାପ୍ତ କରିପାରିବେ।

ଏହି ଅବସରରେ ଡାକ ଅଧୀକ୍ଷକ କହିଲେ ଯେ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ନିକଟସ୍ଥ ଡାକଘର ମାଧ୍ୟମରେ ମାଇଁ ଷ୍ଟାମ୍ପ ଜରିଆରେ ଜନସାଧାରଣ ନିଜର ଫଟୋର ଡାକଟକଟି ତିଅରି କରି ଚିଠି ପଠାଇ ବାରେ ବ୍ୟବହାର କରିପାରିବେ ଏବଂ ବିଭିନ୍ନ ସ୍ୱତନ୍ତ୍ର ଉତ୍ସବରେ ଉପହାର ସ୍ୱରୂପ ମଧ୍ୟ ଦେଇପାରିବେ।

ବେସରକାରୀ ସଂସ୍ଥା, ଏନ୍‌ଜିଓ, ଗ୍ରାମର କ୍ଲବ ଓ ବ୍ୟବସାୟିକ
ସଂସ୍ଥା ଆଦି ସେମାନଙ୍କ ପ୍ରତିକ ଥାଇ ମାଇଁ ଷ୍ଟାମ୍ପ ଅର୍ଡର କରିପାରିବେ। ଏହାକୁ ମଧ୍ୟ ଡାକ ମାଧ୍ୟମରେ ଚିଠିରେ ବ୍ୟବହାର କରି ସେମାନଙ୍କ କାର୍ଯ୍ୟାବଳୀ ପ୍ରଚାର କରିପାରିବେ। ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଯେ କୌଣସି ଡାକଘରେ ଏହାର ସର୍ବଶେଷ ବିବରଣୀ ମିଳିପାରିବ ଏବଂ ଅର୍ଡର କରିବାର ୨/୩ଦିନ ମଧ୍ୟରେ ନିକଟସ୍ଥ ଡାକଘରୁ ନିଜର ମାଇଁ ଷ୍ଟାମ୍ପ ସଂଗ୍ରହ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ପ୍ରଧାନ ଡାକଘରର ଉପ ଡାକପାଳ ଅଶୋକ କୁମାର ନନ୍ଦ ଓ ସମସ୍ତ ଡାକ କମଚାରୀ ର୍ଉ ପସ୍ଥିତ ଥିଲେ। ଦେବକାନ୍ତ ଦାସ ଓ ଜନସମ୍ପର୍କ ନିରୀକ୍ଷକ ଦୀପ୍ତିରଞ୍ଜନ ସାମନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଢେଙ୍କାନାଳ ଡାକମଣ୍ଡଳର ସହାୟକ ଡାକ ଅଧୀକ୍ଷକ ନୀଳମଣି ଜାନି ଧନ୍ୟବାଦ ପ୍ରଦାନ କରି ଥିଲେ ।

Leave A Reply

Your email address will not be published.

eighteen − twelve =