ଭୁବନ ; ଶ୍ରେଣୀଗୃହ ଭିତରେ ଷେଣ୍ଢ କୁ ତାଲା ପକାଇ ଚାଲିଗଲେ ଶିକ୍ଷକ : ବିଳମ୍ବିତ ରାତିରେ ଗୃହ ଭିତରୁ ଉଦ୍ଧାର କଲେ ଗ୍ରାମବାସୀ !

ଢ଼େଙ୍କାନାଳ : ଭୁବନ ବ୍ଲକ ବାରୁଆଁ (ଖ) ପଞ୍ଚାୟତ ଅଧିନସ୍ଥ ମଠଖୋକସା ଗ୍ରାମ ଠାରେ ଥିବା ମଠଖୋକସା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଭିତରୁ ଷେଣ୍ଢ କୁ ଉଦ୍ଧାର କରିବା ସହ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ଶିକ୍ଷାଦାନ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି I

ସୂଚନାଯୋଗ୍ଯ କି ସ୍କୁଲ ର ସହାୟକ ଶିକ୍ଷକ ସ୍କୁଲ ଛୁଟି ହେବା ପରେ ସ୍କୁଲ ଗୃହ ତାଲା ବନ୍ଦ କରି ଚାଲିଯାଇଥିଲେ । ତେବେ ସଂଧ୍ୟା ସମୟରେ ସ୍କୁଲ ଗୃହ ମଧ୍ଯରୁ ଏକ ଷଣ୍ଢ ର ବୋବାଳ ଓ ଜିନିଷ ପତ୍ର ପଡିବାର ଶବ୍ଦ ଆସିଥିଲା । ଗ୍ରାମର ଲୋକମାନେ ବିଳମ୍ବିତ ରାତିରେ ପରିଚାଳନା କମିଟି ଉପସ୍ଥିତ ରେ ସ୍କୁଲ ଗୃହ ତାଲା ଭାଙ୍ଗି ଏକ ଷଣ୍ଢ କୁ ଉଦ୍ଧାର କରିଥିଲେ । ତେବେ ଷଣ୍ଢଟି ସ୍କୁଲ ଗୃହ ମଧ୍ଯରୁ ଉଦ୍ଧାର ହେବା ପୂର୍ବ ରୁ ଥିବା ଚାଉଳ, ଅଫିସ କାଗଜପତ୍ର ଖାଇବା ସହିତ ଅନେକ ଗୁଡିଏ ସାମଗ୍ରୀ ଭଙ୍ଗାରୁଜା କରିଥିଲା ।

ଏ ନେଇ ଗ୍ରାମବାସୀମାନେ ଏକାଠି ହୋଇ ପ୍ରଧାନ ଶିକ୍ଷକ ରବିନ୍ଦ୍ର ମୁର୍ମୁଙ୍କ ପାଖକୁ ଯାଇଥିବା ବେଳେ ସେଠାରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ସ୍କୁଲ କୁ ଆସିଥିବା ଜଣାପଡିଥିଲା । ସ୍କୁଲ ର ଅବ୍ୟବସ୍ଥା ଓ ଶିକ୍ଷକ ମାନଙ୍କ ଦାୟିତ୍ବହୀନତା କୁ ନେଇ ଗ୍ରାମ ରେ ଉତ୍ତେଜନା ମଧ୍ଯ ଦେଖାଯାଇଥିଲା ।

ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ ଯଦୀ ଗୋଟିଏ ଷଣ୍ଢ ସ୍କୁଲ ଗୃହ ମଧ୍ଯରେ ରହିଥିବା ବେଳେ ଶିକ୍ଷକ ତାହାକୁ ଦେଖି ନ ପାରି ବନ୍ଦ କରିଦେଉଛନ୍ତି ତେବେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ ସାଧାରଣ ରେ ପ୍ରଶ୍ନ ଉଠୁଛି I ଏ ନେଇ ଶିକ୍ଷା ବିଭାଗ ଉଚିତ୍ ତଦନ୍ତ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ. ଗ୍ରାମବାସୀ ନିବେଦନ କରିଛନ୍ତି I

Leave A Reply

Your email address will not be published.

12 + eighteen =