ଢ଼େଙ୍କାନାଳ : କାମାକ୍ଷାନଗର ଏନଏସି ଆଳତୁମା ଆମ୍ବତୋଟା ଠାରେ ୩ଦିନ ଧରି ଚାଲିଥିବା ଦ୍ୱାଦଶ ରଜ ମହୋତ୍ସବ
ଉଦଯାପିତ ହୋଇଯାଇଛି।
ରଜ ମହୋତ୍ସବ କମିଟି ସଭାପତି ବାଳକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନିତ ଅତିଥି ନଗରପାଳ ଧର୍ମାନନ୍ଦ ପରିଡ଼ା , ଚଳଚ୍ଚିତ୍ର ପ୍ରଯୋଜକ ଅତିଶ କୁମାର ରାଉତ ଉପସ୍ଥିତ ଥିଲେ।
ଆଳତୁମା ରଜ ମହୋତ୍ସବ କମିଟି ଏବଂ ନାଟ୍ୟାନଷ୍ଠାନୁ ‘ଭୂମିକା’ ପକ୍ଷରୁ ଏହାର ଆୟୋଜନ କରାଯାଇଥଲା। ଉଦଯାପନୀ ଦିବସରେ ବାଳିକା, ବାଳକ, ମହିଳାଙ୍କୁ ନେଇ ବେଲୁନ୍ ସଂଗ୍ରହ, ବସ୍ତା ଡିଆଁ, ବଲ୍ ପାସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କିଶୋରୀମାନଙ୍କ ମଧ୍ୟରେ ଆୟୋଜିତ ‘ରଜରାଣୀ’ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ପାଲଟିଥିଲା। ପାରମ୍ପରିକ ଦୋଳିଖେଳ , ରଜପାନ ପସରା, ଖାଦ୍ୟ ଷ୍ଟଲ୍ ସାଙ୍ଗକୁ ପ୍ରଦୀପ ଷେଣ୍ଢଙ୍କ ଦ୍ୱାରା ଆମ୍ବଗଛରେ କରାଯାଇଥବା ସଚେତନଧର୍ମୀ ଚିତ୍ର ବେଶ୍ ଚିତାକର୍ଷକ ହୋଇଥଲା।
ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ନୃତ୍ୟ ପ୍ରଦର୍ଶନ
କରିଥଲେ। ଓଲଉଡି ଅଭିନେତ୍ରୀ ତମନ୍ନା, ହାସ୍ୟ ଅଭିନେତା ଗୁଲୁଆ , କାଳିଆ ଷଣ୍ଢ ଦର୍ଶକ ଙ୍କୁ ହାସ୍ୟ ଆଶାର ବେଶ୍ ସରଗରମ ହୋଇଥିଲା । ରଜରାଣୀ ପ୍ରତିଯୋଗ ତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥବା ସ୍ନେହା ଶୁଚିସ୍ମିତା ଷେଣ୍ଢ, ପ୍ରୀତିପ୍ରଜ୍ଞା ସାହୁ, ସ୍ୱାତି ସ୍ୱାଗତିକା ସାହୁଙ୍କୁ ମାନପତ୍ର ସହ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥଲା।
ସଂଯୋଜନା ପାଇଁ ବିମଳ ପରିଡ଼ା , ଚିତ୍ରକଳା ପାଇଁ ପ୍ରଦୀପ ଷେଣ୍ଢ ସମ୍ବଦ୍ଧିର୍ତ ହୋଇଥଲେ। ଉପଦେଷ୍ଟା ମଧୁସୂଦନ ଷେଣ୍ଢ, ମକରଧ୍ୱଜ ପ୍ରଧାନ, ସଞ୍ଜୟ ପରିଡ଼ା , ଉପସଭାପତି ରାଜେଶ ଷେଣ୍ଢ, ସମ୍ପାଦକ ଆଶୁତୋଷ ସାହୁ, ଯୁଗ୍ମସମ୍ପାଦକ ଜୟଦେବ ଷେଣ୍ଢ, ପ୍ରଦୀପ ମହାରଣା, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା, ନିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।