ସାଂସଦ ଶ୍ରୀ ସାହୁଙ୍କ ବିଜେପି ମୁହାଁ ଚର୍ଚ୍ଚା କୁ ମିଳିଲା ନୂଆ ଧାର !

ଅନୁଗୁଳ ଜିଲ୍ଲା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସହିତ ୬୫ କୋଟି ଟଙ୍କା ଅଟକଳ ରେ ବଳରାମପ୍ରସାଦରେ ଇଏସ୍‌ଆଇସି ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ଏବଂ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଯୋଗଦେଇଥିଲେ। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଏହି ସରକାରୀ ସଭାରେ ସାଂସଦଙ୍କ ଭାଷଣ ଦେବାର କାର୍ଯ୍ୟସୂଚୀରେ ଉଲ୍ଲେଖ ନ ଥାଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରି ନିଜ ବକ୍ତବ୍ଯ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମେଶ୍ବର ତେଲିଙ୍କୁ ପ୍ରଶଂସା କରିଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟରୁ କୋଟା ବ୍ୟବସ୍ଥା ଉଠାଇ ଧର୍ମେନ୍ଦ୍ର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିଜସ୍ବ ଖର୍ଚ୍ଚରେ ଏଠାରେ ଏତେବଡ଼ ଡାକ୍ତରଖାନା କରିଛନ୍ତି। ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ଏଥିରୁ ଜିଲ୍ଲାବାସୀ ଉପକୃତ ହେବେ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ।

ସାଂସଦ ଶ୍ରୀ ସାହୁଙ୍କ ଏମିତି ପ୍ରଶଂସା ଶୁଣି ଅନ୍ୟମାନେ ଚକିତ ହୋଇ ଯାଇଥିଲେ। । ବିଜେଡିରୁ ସାଂସଦ ହୋଇଥିବା ମହେଶ ସାହୁ ଖୋଲାଖୋଲି ଭାବେ ଏମିତି ପ୍ରଶଂସାରେ ପୋତି ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ।

ଭାଷଣ ଶେଷ କରିବା ବେଳକୁ ଏତିକିରେ ନଅଟକି ପରୋକ୍ଷରେ ନିଜ ଦଳର ଦୁଇ ନେତାଙ୍କୁ ସମାଲୋଚନା ବି କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସଭାକୁ ଆସି ନ ଥିବାରୁ ଉପବାଚସ୍ପତି ଓ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଙ୍କୁ କଟାକ୍ଷ କରି ବାକୁ ଭୁଲି ନଥିଲେ ।

ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ନେଇ ସେ କୌଣସି ପ୍ରୋଟକଲ୍‌ରେ ବିଶ୍ବାସ କରନ୍ତିନାହିଁ। ତେଣୁ ନିଜ ଆଡ଼ୁ ମାଇକ ମାଗି ସେ ଧନ୍ୟବାଦ ଦେଇଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଆଦୌ ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି କହି ବକ୍ତବ୍ୟ ଶେଷ କରିଥିଲେ।

ଅପରପକ୍ଷରେ ମହେଶଙ୍କ ଏପରି ମନ୍ତବ୍ୟ ପରେ ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ସାଂସଦ ଶ୍ରୀ ସାହୁଙ୍କ ବିଜେପି ମୁହାଁ ହେଉଥିବା ନେଇ ଆଗରୁ ଚର୍ଚ୍ଚା ହେଉଥିଲାବେଳେ ଘଟଣା ଏହି ଚର୍ଚ୍ଚାକୁ ନୂଆ ଧାର ଦେଇଛି।

Leave A Reply

Your email address will not be published.

8 − 7 =