ଢେଙ୍କାନାଳ : ସ୍ଥାନୀୟ ସିନର୍ଜୀ ବୈଷୟିକ ମହାବିଦ୍ୟାଳୟରେ ନବ ପ୍ରବର୍ତନ ଶିକ୍ଷା ପରିଷଦ,ଭାରତ ସରକାର ଏବଂ ସିନର୍ଜୀର ଉଦ୍ୟମିତା ବିକାଶ ବିଭାଗର ମିଳିତ ସହଯୋଗରେ ଏକ ଦିନିକିଆ ଉଦ୍ୟୋଗୀ ଉଦ୍ୟମିତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ଏମ୍ଏସଏମଇଡିଆଇ କଟକର ଯୁଗ୍ମ ନିର୍ଦ୍ଦେଶକ ପବନ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରି ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବଭିନ୍ନ ସ୍କିମ(ଯୋଜନା)ର ଅବଗତ କରାଇଥିଲେ ଏବଂ ଏହାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ ଏବଂ ଯେ କୌଣସି ସମୟରେ ସାହାଯ୍ୟ ନେବାପାଇଁ ଚାହିଁଲେ ସେମାନେ ସଦାସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।
କଥାଛଳରେ ବିଭିନ୍ନ ସଫଳ ଉଦ୍ୟୋଗୀମାନଙ୍କର ଉଦାହରଣ ଦେଇଥିଲେ । ଢେଙ୍କାନାଳ ଆରଆଇସିର ମୁଖ୍ୟ ପରିଚାଳକ ପି.ପ୍ରଭାକର ରାଓ ଓଡିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସଫଳ ଉଦ୍ୟୋଗୀ ଅମ୍ରିତା ସାବତ,ସାବତ ଏକ୍ସପୋର୍ଟ୍ସ ଏବଂ ନାଦିଆ ଅଲ୍ଲୀ ପ୍ରତିଷ୍ଠାତା ଲଭଲି ଅପସେଜନ୍ସ ଛାତ୍ରମାନଙ୍କୁ ଉଦ୍ୟୋଗୀ ଭାବରେ ନିଜ କ୍ୟାରିୟର ଚୟନ କରିବା ପାଇଁ ଉପଦେଶ ଦେଇଥିଲେ ।
ଏମର୍ଜିଂ ଏଣ୍ଟରପ୍ରାଇଜ ଗୃପ, ଏଚଡିଏଫସି ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଯୋଗଦେଇ ବ୍ୟାଙ୍କ କିପରି ନୂତନ ଉଦ୍ୟୋଗୀ ମାନଙ୍କୁ କିପରି ସାହାଯ୍ୟ କରୁଛି ତାହାର ଉଦାହରଣ ଦେଇଥିଲେ । ପ୍ରଫେସର କଳ୍ପନା ସାହୁଙ୍କ ତତ୍ୱାବଧାନରେ ହୋଇଥିବା ଶିବିର ପ୍ରଫେସର ଡ.ଲୋକନାଥ ଧଳ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଫେସେର ଡ.ଜୟଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଶିବିରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇ ଶିବିରକୁ ସଫଳ କରିଥିଲେ ବୋଲି ପ୍ରଶାନିକ ଅଧିକାରୀ ଚନ୍ଦ୍ରକାନ୍ତ ଦର୍ଶାଇ ଅଛନ୍ତି ।