ଢେଙ୍କାନାଳ : କାମାକ୍ଷାନଗର ଅବକାରୀ ଥାନା ଅଧିନରେ ଥିବା ଭୁବନ ବ୍ଲକର ଏକତାଳି ପଞ୍ଚାୟତର ନୟାନିଳକଣ୍ଟପୁର ଗ୍ରାମରେ ଦେଶୀ ବିଦେଶି ମଦ ବିକ୍ରୀ ଅଭିଯୋଗରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରାଯାଇଛି ।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏଏସଆଇ ଛାୟାକାନ୍ତ ନାୟକଙ୍କ ନେତୃତ୍ୱରେ ଶନିବାରଦିନ ଭୋର ସମୟରେ ଚଢାଉ କରାଯାଇଥିଲା । ମଦ ବ୍ୟବସାୟରେ ସାମିଲଥିବା ଏହି ବ୍ୟକ୍ତିଙ୍କୁ ଧରିବା ପରେ ସେମାନଙ୍କ ବୟାନ ଅନୁଯାୟୀ ୫୬୦ ଲିଟର ଦେଶୀ ଓ ୨୦ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି ।
ଏହି ଘଟଣାରେ କବିତା ଦଳେଇ ଓ ରବିନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି । ଭୁବନ ସିଭିଲ କୋଟରେ ହାଜର କରାଯିବା ପରେ ଜାମିନ ନାମଜୁଂର ହେବାରୁ କାମାକ୍ଷାନଗର ଜେଲ ହାଜତକୁ ପଠାଇ ଦିଆଯାଇଛି । ଭୁବନ ଅଞ୍ଚଳରେ ନକଲି ମଦ ତିଆରୀର ପ୍ରାୟ ୫/୬ଟି କରାଖାନା ରହିଛି । ବିଭିନ୍ନ ସମୟରେ ଚଢାଉ ଲରାଯାଇ ନକଲି ମଦ ତିଆରୀରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଉଛି । ତଥାପି ଏହି ବ୍ୟବସାୟ ବଢି ଚାଲୁଛି ।
ବିଶେଷ କରି ମୃଦଙ୍ଗା ବ୍ରାହ୍ମଣି ନଦୀ ବାଲି , ପାଣ୍ଡେରା ନାଳ କୁଳ , ନୟା ନିଳକଣ୍ଠପୁର ଉପ୍ରା ସ୍କୁଲ ,ମହୁଳପାଳ ଗ୍ରାମର ଚତୁଃପାଶ୍ୱ . ଅରିଲୋ ଗ୍ରାମ ଓ ରୋଡଙ୍ଗ ମୈାଜା , ସୁରପ୍ରତାପପୁର ପଞ୍ଚାୟତ ଥୋରିଆସନ୍ଦା କରେଇଜଳା କହ୍ନେଇପାଳ ଆଦି ଅଞ୍ଚଳର ଚାଷ ଜମି ନାଳ କୁଳରୁ ଦୈନିକ ହଜାର ହଜାର ଲିଟର ଦେଶି ମଦ ଉତ୍ପାଦନ କରାଯାଇ ଟେମ୍ପୋ ମଟରସାଇକେଲ ସାହାଯ୍ୟରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ କଟକ ଜିଲ୍ଲାର ଟାଙ୍ଗି ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳକୁ ଅନୟାସରେ ପଠାଯାଇପାରୁଛି । ତେବେ ବିଭାଗ ପକ୍ଷରୁ ମଧ୍ୟ ବାରମ୍ବାର ଚଢାଉ କରାଯାଉଛି । ହେଲେ ନାମକୁ ମାତ୍ର ଜଣେ ଦୁଇ ଜଣକୁ ଧରାଯାଉଛି ।