ଓୟୁଜେ ଢେଙ୍କାନାଳ ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତା ଚୟନ : ରତନ ନାୟର ସଭାପତି, ଶିଶିର ଶତପଥୀ ସମ୍ପାଦକ !

ଢେଙ୍କାନାଳ,୧୬ା୧୧: ଓଡିଶା ୟୁନିଅନ୍ ଅଫ୍ ଜର୍ଣାଲିଷ୍ଟ୍ (ଓୟୁଜେ) ଢେଙ୍କାନାଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓଦ୍ୱିବାର୍ଷିକ ସମ୍ମିଳନୀ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଂଘର ସାଂଗଠନିକ ସୁଦୃଢ଼ିକରଣ ଓ ଦ୍ୱିବାର୍ଷିକ ଜିଲ୍ଲା କର୍ମକର୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଓୟୁଜେ ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ଭାବରେ ରତନ ନାୟର ଓ ସାଧାରଣ ସମ୍ପାଦକ ଭାବରେ ଶିଶିର ଶତପଥୀଙ୍କୁ ମନୋନୀତ କରାଯାଇଛି ।ସେହିପରି ଉପସଭାପତି ଭାବରେ ରାଜେଶ ଦେହୁରୀ, ଆଶିଷ ରଞ୍ଜନ ଶତପଥୀ ଓ ରବିନାରାୟଣ ବେହେରା, ସହ-ସମ୍ପାଦକ ଭାବରେ ଆଦିତ୍ୟ ପଣ୍ଡା, ସାଂଗଠନିକ ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରଶାନ୍ତ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବରେ ବିନୋଦ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ସୁଶାନ୍ତ ପ୍ରଧାନ, ଅରବିନ୍ଦ ସାହୁ, କ୍ଷୀରୋଦଦେହୁରୀ, ରାକେଶ ଦେହୁରୀ, ଦୀପକ ନାୟକ, ସରୋଜ ଶତପଥୀ, ସୁଧୀର ପରିଡା ରହିଥିବାବେଳେ ରାଜ୍ୟ ପରିଷଦ ସଦସ୍ୟ ଭାବରେସତ୍ୟସ୍ୱରୂପ ଦାସ ଓ ଜାତୀୟ ପରିଷଦ ସଦସ୍ୟ ଭାବରେ ପ୍ରଦ୍ୟୁମ୍ନ ରଥଙ୍କୁ ମନୋନୀତ କରାଯାଇଛି । ଉପଦେଷ୍ଟା ମଣ୍ଡଳୀରେ ସୁକାନ୍ତଚରଣ ମିଶ୍ର, ରାଜଶ୍ରୀ ଶତପଥୀ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ଅଥୟ ସାହୁ ରହିଛନ୍ତି । ନବନିର୍ବାଚିତ କର୍ମକର୍ତାମାନଙ୍କୁ ସଦସ୍ୟ,ସଦସ୍ୟାମାନେ ସମ୍ବଦ୍ଧିତ କରିଥିଲେ । ଏହି ଅବସରରେ ଜାତୀୟ ଗଣମାଧ୍ୟମ ଦିବସ ସଂଗଠନ ତରଫରୁ ପାଳନ କରାଯାଇଥିଲା ।‘ଗଣମାଧମର ପରିବର୍ତନଶୀଳ ରୂପ’ ଶୀର୍ଷକ ଆଲୋଚନା ଚକ୍ରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରାଯୋଗଦେଇ ବର୍ତମାନ ପରିବର୍ତନଶୀଳ ଯୁଗରେ ଗଣମାଧ୍ୟମର ସ୍ଥିତି, ସାଂପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ଆଇଆଇଏମ୍‌ସିର ଆସୋସିଏଟ୍ ପ୍ରଫେସର ବିରଂଚି ନାରାୟଣ ସେଠ୍‌, ଓୟୁଜେର ପୂର୍ବତନ ଜିଲ୍ଲା ସଭାପତି ସୁକାନ୍ତ ମିଶ୍ର,ଓୟୁଜେର ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ, ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ସତ୍ୟସ୍ୱରୂପ ଦାସ, ରତନ ନାୟାର, ଅମ୍ବିକା ପ୍ରସାଦପଟ୍ଟନାୟକ, ରାଜଶ୍ରୀ ଶତପଥୀ, ରାଜେଶ ଦେହୁରୀ, ସରୋଜ ଶତପଥୀ, ଅମୀୟ ଚାନ୍ଦ, ଶ୍ରୀବାସ ନାୟକ ପ୍ରମୁଖ ଯୋଗଦେଇ ଯୁଗଯେପରି ବଦଳି ଚାଲିଛି, ଗଣମାଧମର ସ୍ୱରୂପ ସେପରି ଭାବରେ ବଦଳି ଚାଲିଛି । ପରିବର୍ତନଶୀଳ ଦୂନିଆରେ ପରିବର୍ତନକୁ ସମସ୍ତେଗ୍ରହଣ କରିବାକୁ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଓୟୁଜେର ଆବାହକ ଶିଶିର ଶତପଥୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଆଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀର ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ଜିଲ୍ଲା ସଦର ମହକୁମାରୁ ୫୦ରୁ ଉର୍ଦ୍ଧ୍ୱ ଗଣମାଧ୍ୟମରପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.

3 × 3 =