ଆସେଟ୍ ଢେଙ୍କାନାଳ ର ସାଧାରଣତନ୍ତ୍ର ଦିବସ ପାଳିତ !

ଢେଙ୍କାନାଳ: ଢେଙ୍କାନାଳ ସହରର ଗଣେଶ ବଜାରସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆସେଟ୍ କମ୍ପ୍ୟୁଟର ସେଂଟର ଠାରେ ୭୬ତମ ସାଧାରଣତନ୍ତ୍ରଦିବସ ମହସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାତଃ ୭: ୩୦ମି. ରେ ଅନୁଷ୍ଠାନରେ ପହଁଚି ପତାକା ଉତୋଳନପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଭାତ ଦେହୁରୀ ପତାକା ଉତୋଳନ କରି ସାଧାରଣତନ୍ତ୍ର ଦିବସର ମହତ ଉଦେଶ୍ୟରେ ଅନେକକଥା କହିଥିଲେ । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଭେନମ ରେପ୍ଲିକା, ବାଦଲ ସାହୁ, ସ୍ୱପ୍ନା ମୁଦୁଲି, ସୁଶ୍ରୀ ସତରୁପା ବରାଳ ଆଦି କାର୍ଯକ୍ରମକୁ ସହଯୋଗକରିଥିଲେ । ଏହି ଉତ୍ସବରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଏହି ବକ୍ତୃତାରେ ଛାତ୍ରୀ ମୋନାଲିସା ବେହେରା ସର୍ବୋଚ୍ଚ ସ୍ଥାନ ଅଧିକାର କରିଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । କ୍ରିଷ୍ଣା କୁମାରୀ ମାଝୀ, ମୋନାଲିସା ବେହେରା, କୃଷ୍ଣାମୟୀ ବେହେରା ଏବଂ ଅଙ୍କିତା ମହାଭୋଇ ଜାତୀୟସଙ୍ଗୀତ ଗାନ କରିଥିବାରୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଛାତ୍ର ସନ୍ଦୀପ କୁମାର ସାହୁ, ପ୍ରତିଶ ବେହେରା ଓ ଶୁଭେନ୍ଦୁ ପ୍ରଧାନ କାର୍ଯକ୍ରମକୁସହଯୋଗ କରିଥିଲେ । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଅନୁଷ୍ଠାନର କେନ୍ଦ୍ର ପରିଚାଳିକା ଶ୍ରୀମତୀ ବିଜୟଲକ୍ଷ୍ମୀଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.

7 + 2 =