ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ,ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ର ର ଆତ୍ମା । ଆମ ସମ୍ବିଧାନ ଏବେ ବିପଦରେ । ତେଣୁ ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନ ର ଗାରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଭୁବନ ଏନ୍ ଏ ସି ନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଉପାଧ୍ୟକ୍ଷା ମାନିନୀ ସାହୁ ,କାଉନସିଲର ଗିରିଧାରି ସାହୁ,ପପୁ କୁମାର ସାହୁ, କଳ୍ପନା ବେହେରା , କବିତା ସେନାପତି ଙ୍କ ସମେତ ସମସ୍ତ କର୍ମଚାରୀ , ସ୍ଵଚ୍ଛାସାଥି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରେ ନଗରପାଳ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ । ଭୁବନ ର ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।