ହିନ୍ଦୋଳ ଏନ.ଏ.ସି. ଉପାଧ୍ୟାକ୍ଷା ଓ କାଉନସିଲରଙ୍କ ଦ୍ୱାରା ହରିଶ୍ଚନ୍ଦ୍ରରାଶି ବଣ୍ଟନ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଉପାଧ୍ୟାକ୍ଷା ଏନଏସି ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରେ ଯାଇ ପରିବାରକୁ ହରିଶ୍ଚନ୍ଦ୍ର ରାଶିର ଚେକ ପ୍ରଦାନ କରିଛନ୍ତି। ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏ ସି ନୂତନପଟଣା ଗ୍ରାମରେ ବୟୋଜ୍ୟଷ୍ଠ ବ୍ୟକ୍ତି କୈଳାଶ ବେହେରା ଅସୁସ୍ଥତା ହେତୁ ପରଲୋକ ଗମନ କରିଥିଲେ। ଗରିବ କୈଳାଶ ଙ୍କ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ହରିଶ୍ଚନ୍ଦ୍ର ରାଶିର ୪ହଜାର ଟଙ୍କାର ଚେକ ହିନ୍ଦୋଳ ଏନ ଏ ସି ପକ୍ଷରୁ ମଂଜୁର କରାଯାଇଥିଲା। ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ ଆଜି ହରିଶ୍ଚନ୍ଦ୍ର ଚେକ ନିଜେ ନେଇ ମୃତକଙ୍କ ଉତ୍ତରାଧିକାରୀଙ୍କ ହାତରେ ପ୍ରଦାନ କରିଥିଲେ। ଉପାଧ୍ୟାକ୍ଷାଙ୍କ ସହିତ ୱାର୍ଡ ନଂ ୧୧ କାଉନସିଲର ଶୁଭଲଷ୍ମୀ ଦେହୁରୀଙ୍କ ପ୍ରତିନିଧି ଦେବାର୍ଚ୍ଚନ ଦେହୁରୀ, କାଉନସିଲର ବିଷ୍ଣୁପ୍ରିୟା ନାଏକ(ୱାର୍ଡ ୭), ରିତାରାଣୀ ବେହେରା(ୱାର୍ଡ ୪), ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଓ ରମେଶ ସାହୁ, ବିଜେଡି ନେତା ଶ୍ରୀକାନ୍ତ ମହାପାତ୍ର, ବିଜୟ ବେହେରା, କୈଳାଶ ବେହେରା,କୁନା ପ୍ରଧାନ, ଗୋବିନ୍ଦ ମିଶ୍ର, ଦିଗାମ୍ବର ମହାପାତ୍ର, ଶ୍ରୀଧର ମହାପାତ୍ର ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଉପାଧ୍ୟାକ୍ଷା ଓ କାଉନସିଲର ମାନଙ୍କ ଏତାଦୃଶ ସମାଜସେବl ପାଇଁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

sixteen − two =