ଗୋବିନ୍ଦପୁର ଗ୍ରାମପଞ୍ଚାୟତ ୱାର୍ଡମେମ୍ବରଙ୍କ ସଂଘ ଗଠିତ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପ୍ରାୟ ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ପଞ୍ଚୟତର ୧୩ଟି ୱାର୍ଡର ୱାର୍ଡମେମ୍ବରମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରି ସଦର ଗୋଷ୍ଠୀ
ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ପଂପଞ୍ଚାୟତ ରବିକାଶ କିପରି ହେବ ତାହା ବିଷୟରେ ଆଲୋଚନା କରିଥିଲେ । ଉକ୍ତ କମିଟିରେ ସଭାପତି ଭାବେ ଦେବୀ ପ୍ରସାଦ ସାହୁ, ସମ୍ପାଦକ ଭାବେ ଶ୍ରୀନାଥ ସାମଲ, କୋଷାଧ୍ୟକ୍ଷ ଭାବେ କୁନ୍ତଳା ସାହୁଙ୍କୁ ସର୍ବସମ୍ମତି
କ୍ରମେ ଚୟନ କରାଯାଇଥିଲା । ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କୁ ଅବଗତ କରାଇବାକୁ କମିଟିର ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

14 − one =