ଓଡିଆ ସାମ୍ବାଦିକ ଦିବସ ପାଳନ କଲେ ସାଂସଦ ରୁଦ୍ର ପାଣି ଓ ପ୍ରାକ୍ତନ ସାଂସଦମହେଶ ସାହୁ !

ଢେଙ୍କାନାଳ- ଆଗେଇବା ଖବରକାଗଜ ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସରେତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଲେ ସାଂସଦ ରୁଦ୍ର ପାଣି ଓ ପ୍ରାକ୍ତନ ସାଂସଦ ମହେଶ ସାହୁ । ଆଜିର ଏହି ଦିନରେ ଓଡିଆସାମ୍ବାଦିକ ଦିବସ ଉଭୟେ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।ଓଡିଆ ସାମ୍ବାଦିକମାନେ ଆଜିର ଦିନଟିକୁ ଓଡିଆ ସାମ୍ବାଦିକ ଦିବସ ରୁପେ ପାଳନ କରି ନିଜକୁ ଧନ୍ୟ ମନେକରିଥାନ୍ତି ବୋଲି ଉଭୟ ନେତା ପ୍ରକାଶକରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ୍‌ଜୀବୀ ନବ କିଶୋର ଗୁରୁ, ନରେଶ ମହାପାତ୍ର ଓ କିଶାନ୍ ବିଶ୍ୱାଳଙ୍କ ବ୍ୟତୀତ ସମସ୍ତ ବୈଦ୍ୟୁତିକ ଓ ଛାପାଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିବାବେଳେ ପ୍ରାକ୍ତାନ ସାଂସଦ ଶ୍ରୀ ସାହୁ ସାମ୍ବାଦିକମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେସମସ୍ତ ଗଣମାଧ୍ୟମଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

3 × two =