ହିନ୍ଦୋଳ ହାତୀ ଛୁଆର ମୃତ୍ୟୁ ବିଦ୍ୟୁତ୍ ଝଟକାରେ!

ଢେଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅନ୍ତର୍ଗତ ଆମ୍ବଲୁଣ୍ଡି ଗ୍ରାମ ନିକଟ ଏକ ଚାଷ ଜମିରେ ସୋମବାର ଦିନ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ହାତୀ ଛୁଆର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୋଲାର କରେଣ୍ଟ ଲାଗି ହାତୀ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହିନ୍ଦୋଳ ବନାଞ୍ଚଳରେ ବାରମ୍ବାର ହାତୀ ମଣିଷ ଲଢ଼େଇ ଭିତରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ନିରୀହ ମଣିଷର। ବାରମ୍ବାର ଏପରି ଅଘଟଣ ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ହିନ୍ଦୋଳ ବନବିଭାଗ ହାତୀର ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ କରି ପୋତି ଦେଉଥିବା ବେଳେ ମଣିଷର ମୃତ୍ୟୁ ଘଟିଲେ ଅନୁକମ୍ପା ରାଶି ପ୍ରଦାନ କରି ଚୁପ୍ ବସି ପଡୁଛି ।  ସତେକି ବନବିଭାଗ ପାଇଁ ହାତୀ ଓ ମଣିଷ ଙ୍କ ର ଜୀବନ ଯେମିତି ମୂଲ୍ୟହୀନ ପାଲଟିଯାଇଛି। ବନବିଭାଗ ର ଏଭଳି ଦାୟିତ୍ୱହୀନ କାର୍ଯ୍ୟ କୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି। 

Leave A Reply

Your email address will not be published.

15 − 2 =