ଢେଙ୍କାନାଳ ରୋଟାରୀ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ରୋଟାରୀ କ୍ଲବ୍‌ର ୪୯ତମ ଅଧିଷ୍ଠାନ ଉତ୍ସବ ଗତ ଗୁରୁବାର ସ୍ଥାନୀୟ ପୁରୁଣାଜିଲ୍ଲା ପରିଷଦ ହଲ୍‌ଠାରେ ସଂଧ୍ୟା ୭ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ ବର୍ଷ ୨୦୨୩-୨୪ରସଭାପତି ରୋଟାରିଆନ୍ ଡା. ଅବୋଧ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବ ପ୍ରାରମ୍ଭରେ ସମବେତଜାତୀୟ ସଂଗୀତ ଗାନ, ରୋଟାରୀ ଫୋର ୱେ ଟେଷ୍ଟ ଶପଥ ପାଠ ଏବଂ ରୋଟାରୀ ଇଂଟରନ୍ୟାସନାଲ୍ ପ୍ରତିଷ୍ଠାତାପଲ ପି.ହରିଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେପୂର୍ବତନ ରୋଟାରୀ ଗଭର୍ଣ୍ଣର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ର ପ୍ରଦୀପପ୍ରଜ୍ୱଳନ କରି ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ଭାଷଣ ପ୍ରସଙ୍ଗରେ, ରୋଟାରିଆନ୍‌ମାନଙ୍କୁ ଈଶ୍ୱରଙ୍କ ଦୂତ ଭାବେବର୍ଣ୍ଣନା କରି ସମଗ୍ର ବିଶ୍ୱର ସର୍ବ ପୁରାତନ ଓ ସର୍ବ ବୃହତ ସେବା ସଂଗଠନ ରୋଟାରୀ ଇଂଟରନ୍ୟାସନାଲ୍‌ର ସଦସ୍ୟଭାବେ ଗର୍ବ ଅନୁଭବ କରିବା ସହ ମାନବ ସେବା ହିଁ ମାଧବ ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦେଇଥିଲେ ।ରୋଟାରୀ କ୍ଲବ୍‌, ଆଜି କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି । ବିଶ୍ୱର୨୧୫ ଗୋଟି ଦେଶରେ ପରିବ୍ୟାପ୍ତ ଏହି ଆନ୍ଦୋଳନ ଦରିଦ୍ର, ନିଷ୍ପେଷିତ ମୁହଁରେ ହସ ଫୁଟାଇବାରେ ସକ୍ଷମହୋଇପାରିଛି । ଢେଙ୍କାନାଳ ରୋଟାରୀ କ୍ଲବ୍‌ର ବହୁମୁଖୀ ସେବା କାର୍ଯ୍ୟକ୍ରମର ସେ ଭୂୟସୀ ପ୍ରଶଂସା କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ରୋଟାରିଆନ୍ ଅଶୋକ ବିହାରୀ ମହାପାତ୍ର,ପରିବର୍ତନଶୀଳ ସମାଜରେ ରୋଟାରିଆନ୍ ମାନେ ହିଁ ସେବା, ମାନବିକତା ଓ ବନ୍ଧୁତ୍ୱ ବାଂଟିବାର ଗୁରୁ ଦାୟିତ୍ୱ ବହନକରି ସମାଜ ସଂସ୍କାର କରିପାରୁଛନ୍ତି । ରୋଟାରୀ ବର୍ଷ ୨୦୨୪-୨୫ର ମନୋନୀତ ସଭାପତି ପ୍ରଫେସର ହରେକୃଷ୍ଣକରଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର ଓ ଅଧିଷ୍ଠାନ କରାଯାଇଥିଲା । ସଂପାଦକ ରୋଟାରିଆନ୍ ତପନ କୁମାରପାଲ୍ ୨୦୨୪-୨୫ ବର୍ଷ ପାଇଁ ରୋଟାରୀ କ୍ଲବ୍‌ର ଆକ୍ସନ ପ୍ଲାନ୍ ଉପସ୍ଥାପନ କରିଥିଲେ । ପୂର୍ବ ସଭାପତି ରୋଟାରିଆନ୍‌ରାଜ କିଶୋର ବେହେରାଙ୍କ ସଂପାଦନାରେ ବାର୍ଷିକ ମୁଖପାତ୍ର \”ମହିମା\’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା ।ରକ୍ତଦାନ ଓ ଗୋ-ସେବା କ୍ଷେତ୍ରରେ ଉଲ୍ଲୋଖନୀୟ ଅବଦାନ ପାଇଁ ବଜରଙ୍ଗ କ୍ଲବ୍‌, ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁଇ-ରିକ୍‌ସା ଚାଳକ ତଥା ସ୍ୱଚ୍ଛ ସାରଥୀ ସସ୍ମିତା ସରକାର, ମାନସିକ ଓ ଶାରିରୀକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ରଆବାସ, ଜୀବନ ଜ୍ୟୋତି, ଅନୁଷ୍ଠାନର ଅଧ୍ୟକ୍ଷ ସମାଜସେବୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ମାନପତ୍ର, ଉତରୀୟ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ଚଳିତ ବର୍ଷ ରୋଟାରୀ ପରିବାରରେ ଉଇଙ୍ଗ କମାଣ୍ଡର ଭବାନୀ ଶଙ୍କର ସିଂହଦେଓ, ଡାକ୍ତର ଲକ୍ଷ୍ମୀନାରାୟଣନନ୍ଦ ଓ ସୁନିଲ କୁମାର ମିଶ୍ରଙ୍କୁ ନୂତନ ସଦସ୍ୟ ଭାବେ ସ୍ୱାଗତ କରାଯାଇଥିଲା । ନୂତନ ରୋଟାରୀ ବର୍ଷର ସଭାପତିପ୍ରଫେସର ହରେକୃଷ୍ଣ କର ବୋର୍ଡ ଅଫ୍ ଡାଇରେକ୍ଟର ଓ କମିଟି ଅଧ୍ୟକ୍ଷମାନଙ୍କୁ ପିନ୍ ପିନ୍ଧାଇ ଆଗାମୀ ବର୍ଷ ନିଜରଦାୟିତ୍ୱ ଓ କର୍ତବ୍ୟ ସୁଚାରୁ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଲବ୍ ଢେଙ୍କାନାଳର ପ୍ରତିଷ୍ଠାତାସଦସ୍ୟ ରୋଟାରିଆନ୍ ରଣେନ୍ଦ୍ର ପ୍ରତାପ ସିଂହଦେଓ, ସାଗର ମଲ୍ଲ ଅଗ୍ରୱାଲ, ନବୀନ ଚନ୍ଦ୍ର ନାରାୟଣ ଦାସ ପ୍ରମୁଖଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରିଥିଲେ ।ରୋଟାରିଆନ୍ ଜିତେନ୍ଦ୍ର ନବୀନ ଚନ୍ଦ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ରୋଟାରିଆନ୍ ରାଜ କିଶୋରବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ୍ ଅଭିମନ୍ୟୁ ସାହୁ, ନିରଦାନନ୍ଦ ନନ୍ଦ, ରାଜେନ୍ଦ୍ର ଦାସ, ବିନୋଦଅଗ୍ରୱାଲ, ମହେଶ ପ୍ରସାଦ ଅଗ୍ରୱାଲ, ବିଭୁଦେନ୍ଦୁ ପଟ୍ଟନାୟକ, ଡା. ଭବାନୀ ଶଙ୍କର ଦାଶ, ସରୋଜ ମହାନ୍ତି, ଇଂ.ଅଖିଳ କୁମାର ପଣ୍ଡା, ପ୍ରଦୋଷ ଶତପଥୀ, ଜ୍ୟୋତି ରଞ୍ଜନ ରଥ, ସାଗରବାଳା ହୋତା, ସାଗରୀକା ମିଶ୍ର, ହର୍ଷବର୍ଦ୍ଧନସିଂହଦେଓ, ବିଶ୍ୱଜିତ୍ ଦାସଗୁପ୍ତା, ବିରଂଚି ନାରାୟଣ ପାଣୀ, ଗିରିଜା ମହାନ୍ତି, କୃଷ୍ଣଚନ୍ଦ୍ର ଦେବତା, ସଂଧ୍ୟା ମହାପାତ୍ରପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × four =