ହିନ୍ଦୋଳ ପୂର୍ତ୍ତ ବିଭାଗ ଅବହେଳା ଯୋଗୁଁ ବିଛିନ୍ନ ହୋଇଯିବ କି ହିନ୍ଦୋଳ ଗୁଡିଆକାଟେଣୀ ମୁଖ୍ୟରାସ୍ତା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସଦର ମହକୁମାର ଅବ୍ୟବସ୍ଥା ବିପଦରେ ପ୍ରବେଶଦ୍ୱାର ହିନ୍ଦୋଳ- ଗୁଡ଼ିଆକାଟେଣୀ- ଢେଙ୍କାନାଳ ମୁଖ୍ୟ ରାସ୍ତା ତଥା ରିଜିଓନାଲ କଲେଜ ନିକଟରେ ଆଜକୁ ବହୁଦିନ ହେବ ପାଣି ଖାଇ ଭାଙ୍ଗିରୁଜି ଯାଇ ରାସ୍ତା ଆଧାରୁ ଅଧିକ ଖାଇ ସାରିଲାଣି ମାତ୍ର ହିନ୍ଦୋଳ ପୂର୍ତ୍ତ ବିଭାଗ ବେଫିକର ହୋଇ ବସିଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ବାଇକ ଆରୋହୀ, ଶହଶହ ଚାରିଚକିଆଯାନ, ସହସ୍ର ପଥଚାରି ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି!କୌଣସି ସୂଚନା ମଧ୍ୟ ନାହିଁ ଯାହା ଫଳରେ ଜନସାଧାରଣ ଆଗକୁ ବିପଦ ଅଛି ବୋଲି ଜାଣିପାରିବେ । ଏତେ ବଡ଼ ବିପଦ ସଂକୁଳ ରାସ୍ତାରେ ଆଗକୁ ଯେ ବଡ଼ଧରଣର ଦୁର୍ଘଟଣା ନଘଟିବ କିଏ କହିବ । ମାତ୍ର ପୂର୍ତ୍ତ ବିଭାଗର ନିଦ ଭାଙ୍ଗୁନି। ଅଧିକାରୀ ନିଜ ପକେଟ ଗରମରେ ବ୍ୟସ୍ତ । ଯଦି ଦୁର୍ଘଟଣା ଘଟେ କିଏ ଦାଈ ରହିବ? କେମିତି ଏହି ରାସ୍ତା ଦେଇ ଦୈନିକ ଜନପ୍ରତିନିଧି, ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି ନା ଜାଣିଶୁଣି ଅବହେଳା କରୁଛନ୍ତି ଏଭଳି ବହୂ ପ୍ରଶ୍ନ ସହରର ବୁଦ୍ଧିଜୀବୀ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି । ରାଜନୈତିକ ନେତା ମାନେ ଜନସାଧାରଣଙ୍କ ମୌଳିକ ସୁବିଧାକୁ ସମାଧାନ କରିବା ପ୍ରତିଶୃତି ଦେଇ କ୍ଷମତାକୁ ଆସି ସରିଲାପରେ କିଭଳି ଜନସାଧାରଣ ଭୋଟରଙ୍କୁ ଭୁଲି ଯାଆନ୍ତି ଏହା ତାହାର ନିକଛ ଉଦାହରଣ ବୋଲି ହିନ୍ଦୋଳ ନିର୍ବାଚନମଣ୍ଡଳୀ ଜନସାଧାରଣ ଆଲୋଚନା କରିବା ସହ ତୁରନ୍ତ ଏହି ରାସ୍ତା ମରାମତି କରିବା ସହ ଜନସାଧାରଣ ଙ୍କୁ ବିପଦମୁକ୍ତ କରିବାକୁ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.

1 × two =