ସ୍ୱରସପ୍ତା ମହୋତ୍ସବ ପ୍ରଥମ ବାର୍ଷିକ ମହୋତ୍ସବ ପାଳନ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ନୂତନ କରି ପାଦ ଥାପିଥିବା ସ୍ୱରସପ୍ତା ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନତା ର ପ୍ରଥମ ବାର୍ଷିକ ମହୋତ୍ସବ ପାଳନ କରିଅଛି । ଏ ଅବସରରେ ପ୍ରାତଃ ୯ଟା ୩୦ମିନିଟ୍ ସମୟରେ ଉଦ୍‌ଘାଟନ କରାଯିବାପରେ ତବଲା, କଣ୍ଠ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା । ସନ୍ଧ୍ୟା ସମୟରେ ଅନୁଷ୍ଠାନ ତରଫରୁ ଶ୍ରୀ ସୀତାରାମ ସଂକୀର୍ତନମଣ୍ଡଳୀ ସଂକୀର୍ତନ ପରିବେଷଣ କରିବା ପରେ ସ୍ୱରତୀର୍ଥ ସଂଗୀତ ବିଦ୍ୟାଳୟ ତରଫରୁ ଦଳଗତ ତବଲା ବାଦନ ଓ ସ୍ୱରସପ୍ତାଅନୁଷ୍ଠାନ ତରଫରୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା । ଏହାପରେ ସନ୍ଧ୍ୟା ଅଧିବେଶନରେ ଅତିଥି ଭାବରେ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ, କଳାକାର ମହାସଂଘର ଉପସଭାପତି ଅବନୀ କୁମାର ମିଶ୍ର, ବରିଷ୍ଠ ଆଇନ୍‌ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକଯୋଗଦାନ କରି ସ୍ୱରସପ୍ତା କଲ୍‌ଚରାଲ୍ ଟ୍ରଷ୍ଟର ଦୀର୍ଘ ଜୀବନ କାମନା କରିବା ସହ ଅନୁଷ୍ଠାନର ସଂପାଦିକା ସାଗରିକା ଶତପଥୀ ଏବଂଅନୁଷ୍ଠାନର ସଭ୍ୟସଭ୍ୟାମାନଙ୍କୁ ଅନେକ ଅନେକ ଧନ୍ୟବାଦ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ । ସଭାକାର୍ଯ୍ୟକୁ ଜ୍ଞାନ ରଂଜନ ମହାନ୍ତିସୁନ୍ଦର ଭାବରେ ପରିଚାଳନା କରିଥିଲେ । ଉପଦେଷ୍ଟା କାହ୍ନୁ ଚରଣ ମହାରଣାଙ୍କ ସହ ସନ୍ଧ୍ୟାରାଣୀ କାଣ୍ଡି ସମସ୍ତ ଦର୍ଶକବୃନ୍ଦ ଓଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ । ସର୍ବଶେଷରେ ନୀତାନୃତ୍ୟାଙ୍ଗନା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ସଦସ୍ୟ ସୁଚିସ୍ମିତା ମାନ୍ନା, ସୁଦିପ୍ତା ଶୁବଦର୍ଶିନୀ, ଅଜିତ୍ କୁମାରପାଲ୍‌, ସାଇଶୁଭମ୍ ଦାସ ଆଦିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ।

Leave A Reply

Your email address will not be published.

6 + 8 =