ଭାଗିରଥି ସାଗର ଏବଂ ହୀରା ସାଗରର ପୁନଃରୁଦ୍ଧାର ସମୀକ୍ଷା !

ଢେଙ୍କାନାଳ : ଭାଗିରଥି ସାଗର ଏବଂ ହୀରା ସାଗରର ପୁନଃରୁଦ୍ଧାର ସମୀକ୍ଷା କଲେ ପୌରାଧ୍ୟାକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, ସ୍ଥାନୀୟ ୪ନଂ ୱାର୍ଡ କାଉନସିଲର, ଓକିଲ ସଙ୍ଘ ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଏବଂ ସ୍ଥାନୀୟ ବାସିନ୍ଦାମାନେ l ଭାଗିରଥି ସାଗରରେ ଚାଲିଥିବା ଶିଥିଳ କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ବଢିଚାଲିଥିଲା l ଫଳରେ ସ୍ଥାନୀୟ ବାସିନ୍ଦା ମାନେ କାର୍ଯ୍ୟ ବନ୍ଦ କରିଥିଲେ l ଏଥିପାଇଁ ସମସ୍ତେ ଦୋଷ ଦେଉଛନ୍ତି ପୌର ଯନ୍ତ୍ରୀ ଏବଂ ସ୍ଥାନୀୟ କଂଟ୍ରାକ୍ଟର ମାନଙ୍କୁ l ନିଷ୍ପତ୍ତି ନିଆଗଲା ଯେ ବର୍ଷା ପୂର୍ବରୁ ସମସ୍ତ ପଙ୍କ ତୁରନ୍ତ ପୋଖରୀ ବାହାରକୁ ନିଆଯିବ l ସେହିପରି ହୀରାସାଗର ପୋଖରୀ ଭିତରୁ ଅବଶିଷ୍ଟ ପଙ୍କ ବାହାର କରାଯିବା ସହିତ ଭିତରେ ଥିବା ପଥର ଗୁଡିକ ଭଂଗାଯାଇ ବାହାର କରାଯିବ l ପୂର୍ବରୁ ଥିବା ତୁଠ ପାହାଚ ଗୁଡିକ କିଛି ନୂତନ ତିଆରି ହେବ ଏବଂ ଆଉ କିଛି ମରାମତି କରାଯିବ l ଏହି ଅବସରରେ ଭାଗିରଥି ସାଗରର ଉପଦେଷ୍ଟା ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ଭରତ କୁମାର ଦାସ, ସଭାପତି ପଙ୍କଜ ନାୟକ, ଉପସଭାପତି ମନ୍ମଥ ରାଓ, ଉଦୟନାଥ ବେହେରା, ସମ୍ପାଦକ ଅଶୋକ ସ୍ୱାଇଁ, ଦୀପକ ଦାସ, ଦୀନବନ୍ଧୁ ସେନାପତି, ବିଜୟ କୁମାର ସ୍ୱାଇଁ, କେଶବ ଚନ୍ଦ୍ର ବେହେରା, ଅବିନାଶ ସାହୁ, ସୌମ୍ୟବ୍ରତ ସାହୁ, ପୂର୍ବତନ କାଉନସିଲର ରୁଦ୍ରାନ୍ତ ଦଳେଇ, କାମାକ୍ଷା ବେହେରା ପ୍ରମୁଖ ଅନେକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି କାର୍ଯ୍ୟରେ ହେଉଥିବା ବିଳମ୍ବ ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l

Leave A Reply

Your email address will not be published.

19 − 4 =