ନନ୍ଦିନୀଦେବୀ ଙ୍କ ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ !

ନନ୍ଦିନୀ ଦେବୀଙ୍କ ନାମେ ନାମିତ ହେଉ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ -ଢେଙ୍କାନାଳ ଥିଙ୍କର୍ସ ଫୋରମ

ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ଷ୍ଟାଡିଅମ ନିକଟରେ ନନ୍ଦିନୀଦେବୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମହିୟସୀଙ୍କର ୯୩ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମଫୋରମର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ନନ୍ଦିନୀ ଦେବୀଙ୍କ ବହୁମୂଖୀ ପ୍ରତିଭାର ଗୁଣଗାନ କରିବା ସହିତ ଉପସ୍ଥିତ ସଦସ୍ୟ ମାନଙ୍କ ପୂଜ୍ୟପୂଜା ଚିନ୍ତନ ପାଇଁ ସାଧୁବାଦ ଜଣେଇଥିଲେ ।ଫୋରମରସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ,ସାମାଜିକ ପ୍ରମୁଖ ଦେବୀ ପ୍ରସନ୍ନ ପାଣି, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ, ସାହିତ୍ୟ ଶାଖା “ଚରୈବେତି” ର ପ୍ରମୁଖ ପ୍ରକାଶ ପରିଡା, ବରିଷ୍ଠ ସଦସ୍ୟ ଟଙ୍କଧର ବେହେରା,ବିନୋଦ ମଲ୍ଲିକ,ବିଭୂନାରାୟଣ ଦ୍ବିବେଦୀ, ଦେବ ପ୍ରସାଦ ସାହୁ,ରଂଜନ କୁମାର ସାହୁ,ଅବିନାଶ ପଟ୍ଟନାୟକ,ସମାଜସେବୀ ଶରତ କୁମାର ସାହୁ, ଆଇନଜୀବୀ ଯୁଗଳ କିଶୋର ସାହୁ, ପ୍ରମୁଖ ଯୋଗ ଦେଇ ଢେଙ୍କାନାଳ ପ୍ରତି ନନ୍ଦିନୀ ଦେବୀଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମତ ଦେବା ସହ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ କୁ ତାଙ୍କ ନାମେ ନାମିତ କରିବାପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ପାଖେ ଢେଙ୍କାନାଳ ଥିଙ୍କର୍ସଫୋରମ ଦାବି ରଖିବ ବୋଲି ମତ ରଖିଥିଲେ ।ନନ୍ଦିନୀ ଦେବୀଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଢେଙ୍କାନାଳ ଥିଙ୍କର୍ସ ଫୋରମର ବାର୍ଷିକ ଉତ୍ସବରେ ଜଣେ ମହିଳା ସାରସ୍ୱତ ପ୍ରତିଭା ଙ୍କୁ ନନ୍ଦିନୀ ଦେବୀ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଫୋରମ ଘୋଷଣା କରିଥିଲା ।

Leave A Reply

Your email address will not be published.

13 − four =