ଢ଼େଙ୍କାନାଳ ରେ ଭାରତୀୟ ଜନତା ପାର୍ଟି କୁ ସଶକ୍ତ କରିବା ପାଇଁ ମୋର ଉଦ୍ୟମ ଜାରି ରହିବ -ନବୀନ ନନ୍ଦ ,ପୂର୍ବତନ ବିଧାୟକ , ଢ଼େଙ୍କାନାଳ

ରାଜନୀତି ମୋର” ପେଶା” ନୁହେଁ ଏହା ମୋର “ନିଶା” ଅଟେ । ସମାଜ ର ତଳ ସ୍ତରରୁ ମୁଁ ରାଜନୀତି ଆରମ୍ଭ କରି ସରପଞ୍ଚ ଠାରୁ ଆରମ୍ଭ କରି ଦୁଇ ଦୁଇ ଥର ବିଧାୟକ ହୋଇ ୪ ଦଶନ୍ଧି ଧରି ଗନ୍ଦିଆ ତଥା ଢେ଼ଙ୍କାନାଳ ର ସାଧାରଣ ଜନତା ଙ୍କ ର ସେବା କରିବାର ସୌଭାଗ୍ୟ ପାଇଛି। ରାଜନୀତି ରେ ମୋର ରାଜ ନୈତିକ ଗୁରୁ” ବିଜୁ ପଟ୍ଟନାୟକ ” ଙ୍କୁ ଓ ମୋର ରାଜ ନୈତିକ ଆଦର୍ଶ ଭାବେ ମୁଁ “ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ” ଙ୍କୁ ମୋର ଆଦର୍ଶ ରୂପେ ସ୍ବୀକାର କରି ଆସିଛି । ଏବେ ଗତ ଗୁରୁବାର ଫେବୃଆରୀ ମାସ ୨୯ ତାରିଖ ରେ ଭାରତ ବର୍ଷ ର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ର ବିକଶିତ ଭାରତ ର ସ୍ବପ୍ନ ଓ ଢେ଼ଙ୍କାନାଳ ର ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ର ବିଚାର ଧାରା ଉପରେ ଆକୃଷ୍ଟ ହୋଇ ମୁଁ ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଗ୍ରହଣ କରିଛି । ସ୍ଵତନ୍ତ୍ର ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ର ଢେ଼ଙ୍କାନାଳ ର ବିଶ୍ଵ ପ୍ରସିଦ୍ଧ ମହିମା ଧର୍ମ କୁ ସାରା ଭାରତ ବର୍ଷ ରେ ପରିଚୟ ଦେବାକୁ ଉଦ୍ୟମ ଓ ଢେ଼ଙ୍କାନାଳ ର ପ୍ରଥମ ସାଂସଦ ତଥା ଗଡ ଜାତ ଗାନ୍ଧୀ ସାରଙ୍ଗଧର ଦାସ ଙ୍କ ର ସ୍ମୃତି କୁ ଉଦ୍ ଜୀବିତ କରିବା ପାଇଁ ଉଦ୍ୟମ ସହ ଅବିଭକ୍ତ ଢେ଼ଙ୍କାନାଳ ର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ମୋତେ ସ୍ଵତନ୍ତ୍ର ଭାବରେ ଆକର୍ଷିତ କରିଛି । ମୋର ବ୍ୟକ୍ତିଗତ ଅନୁରୋଧ କୁ ରକ୍ଷା କରି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୩ ଫେବୃଆରୀ ରେ ଗଡ ଜାତ ଗାନ୍ଧୀ ଙ୍କ ରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବା ତା ଭିତରୁ ଅନ୍ୟତମ । ଢେ଼ଙ୍କାନାଳ ର ପ୍ରସିଦ୍ଧ ଶୈବ ପୀଠ କପିଳାସ ପୀଠ କୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ମାନ୍ୟବର ମନ୍ତ୍ରୀ ଙ୍କ ଉଦ୍ୟମ ରେ କାର୍ଯ୍ୟ ଆରମ୍ଭ କରି ସାରିଲାଣି । ଜିଲ୍ଲାରେ ଆହୁରି ଅନେକ କାର୍ଯ୍ୟ ମଧ୍ୟ ଚାଲିଛି ।ସେଥିପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ମୁଁ ଏଠାରେ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ “କ୍ଷମତା ପାଇଁ କ୍ଷମତା ଦଖଲ “ମୋର ଉଦ୍ଦେଶ୍ୟ ନୁହେଁ । ରାଜନୀତି ରେ କ୍ଷମତା ର ସ୍ଵାଦ କୁ ମୁଁ ବହୁତ୍ ପାଖରୁ ଦେଖିବାର ସୁଯୋଗ ପାଇଛି । କ୍ଷମତା ରେ ଥିବା ସମୟରେ ଗନ୍ଦିଆ ଓ ଢେ଼ଙ୍କାନାଳ ର ବିକାଶ ପାଇଁ ମୁଁ କେବେ ବି ଅବହେଳା ପ୍ରକାଶ କରିନାହିଁ । ଢେ଼ଙ୍କାନାଳ ର ବିକାଶ ପାଇଁ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ର ଉଦ୍ୟମ ସାଙ୍ଗରେ ମୁଁ ଗୁଣ୍ଡୁଚି ମୂଷା ଟିଏ ହୋଇ ମୋର ସୀମିତ ଶକ୍ତି କୁ ଆଗାମୀ ଦିନରେ ନିଶ୍ଚୟ ଉପଯୋଗ କରିବା ପାଇଁ ମୋର ପ୍ରଚେଷ୍ଟା ଜାରି ରହିବ । ଢେ଼ଙ୍କାନାଳ ରେ ଭାରତୀୟ ଜନତା ପାର୍ଟି କୁ ଆହୁରି ଅଧିକ ଶସକ୍ତ କରିବା ସଙ୍ଗେ ସଙ୍ଗେ ରାଜ୍ୟ ରେ ଚାଲିଥିବା ଦୁର୍ନୀତି ,ଭ୍ରଷ୍ଟାଚାର ଓ ମାଫିଆ ରାଜ ଶାସନ ର ଅବସାନ ପାଇଁ ପାର୍ଟି ମୋତେ ଯେଉଁ ନିର୍ଦେଶ ଦେବ ତାହା ପାଳନ କରିବି ।

ନବୀନ ନନ୍ଦ,ପୂର୍ବତନ ବିଧାୟକ ଢେ଼ଙ୍କାନାଳ

Leave A Reply

Your email address will not be published.

five × 5 =