ଗଁଦିଆ ବ୍ଲକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଭୂମି ପୂଜନ ଓ ଉଦ୍‌ଘାଟନ !

ଢେଙ୍କାନାଳ : ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଁଦିଆ ବ୍ଲକ୍‌ର ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଢେଙ୍କାନାଳ ସାଂସଦମହେଶ ସାହୁ ଓ ବିଧାୟକ ସୁଧିର କୁମାର ସାମଲଙ୍କ ଦ୍ୱାରା ସମାପନ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ୍ ୨୦ କୋଟି ୯୪ଲକ୍ଷ ୯୭ ହଜାରବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଗୁଡିକୁ ଉଭୟ ସାଂସଦ ଓ ବିଧାୟକ ମାରାଥନ କାର୍ଯ୍ୟକ୍ରମରେ ଭିତିପ୍ରସ୍ତର ଓ ଉଦ୍‌ଘାଟନ କାର୍ଯ୍ୟ କରିଥିଲେ । ଏହିପ୍ରକଳ୍ପ ଗୁଡିକ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଶଡକ ଯୋଜନାରେ ୪ଟି ରାସ୍ତା ଯଥା- ବେଗା ଠାରୁ ଲେଥକା ୧ କୋଟି ୭୨ଲକ୍ଷ ୨୮ ହଜାର, ବେଲମାଳିଆ ଠାରୁକରଡାବଣି ରାସ୍ତା ୪କୋଟି ୪୭ଲକ୍ଷ ୫୭ ହଜାର, ପିଙ୍ଗୁଆ ଠାରୁ ଦଶମାଣପାଟଣା ରାସ୍ତା ୪ କୋଟି ୪ଲକ୍ଷ ୮୮ହଜାର ଓ ନେଉଳପୋଇ ଠାରୁ ଦେଓଗାଁପର୍ଯ୍ୟନ୍ତ ୪ କୋଟି ୩୨ଲକ୍ଷ ୮ ହଜାର ଟଙ୍କା ଏବଂ ପବ୍ଲିକ୍ ହେଲ୍‌ଥ ସେଂଟର ଅନ୍ତର୍ଗତ ୭ ଗୋଟି ଦୈନିକ ସେବା କେନ୍ଦ୍ର ଯଥା ସୋରିଷିଆପଦା ୩୮ଲକ୍ଷ୬୧ ହଜାର, ମଠତେନ୍ତୁଳିଆ ୩୮ଲକ୍ଷ ୫୮ ହଜାର, କାଲୁରିଆ ୩୮ଲକ୍ଷ ୮୧ ହଜାର, ମନ୍ଦାର ୩୮ଲକ୍ଷ ୯୭ ହଜାର, ବେଗା ୩୮ଲକ୍ଷ ୬୧ ହଜାର,ରାଇତଳା ୩୮ଲକ୍ଷ ୫୮ ହଜାର ଓ ପିଙ୍ଗୁଆ ଠାରେ ୧ କୋଟି ୯୬ ହଜାର ଟଙ୍କା ବ୍ୟୟ ବରାଦରେ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହା ବ୍ୟତୀତ ସେହିବ୍ଲକ୍‌ର ପୁରୁଣାଅମାଙ୍ଗ ଠାରୁ ଭାଲିଆପାଳ ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ୨ କୋଟି ୭୮ଲକ୍ଷ ୨୯ ହଜାର ଟଙ୍କା ଏବଂ କାଲୁରିଆ ଠାରେ ଜି.ଏଚ୍‌.ଡି.ବିଲ୍ଡିଙ୍ଗ୍ ନିର୍ମାଣ ପାଇଁ ୨୬ଲକ୍ଷ ୭୬ ହଜାର ବ୍ୟୟରେ ପ୍ରକଳ୍ପର ଭିତିପ୍ରସ୍ତର କରାଯାଇଥିଲା । ଉଭୟ ସାଂସଦ ଓ ବିଧାୟକଙ୍କର ଏହି ଏକଦିବସୀୟ ମାରାଥନଦୌଡ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଢେଙ୍କାନାଳଗଁଦିଆ ଡିଭିଜନର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ସ୍ଥାନୀୟ ଅଂଚଳର ସରପଂଚ, ସମିତିସଭ୍ୟ ଓ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × two =