ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକଙ୍କ ଦିନିକିଆ ଗସ୍ତ ଓ ହୀତାଧିକାରୀଙ୍କୁ ଋଣ ପ୍ରଦାନ !

ଢେଙ୍କାନାଳ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥ୍ୱୀ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଢେଙ୍କାନାଳରେ ଥିବା ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖା ଏବଂ ବଜାର ଶାଖାକୁ ପରିଦର୍ଶନ କରିଥିଲେ । ଏହି ପଦର୍ଶନ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସରକାରଙ୍କରବିଭିନ୍ନ ଯୋଜନା ଯଥା- ଷ୍ଟାଣ୍ଡ-ଅପ୍ ଇଣ୍ଡିଆ, ମୁଦ୍ରା ଯୋଜନା, ପିଏମ୍‌ଇଜିପି ତଥା ଗୃହ, ପେନ୍‌ସନ୍ ଓ ବ୍ୟକ୍ତିଗତ ଋଣହୀତାଧିକାରୀମାନଙ୍କୁ ପ୍ରଦାନ କରିଥିଲେ । ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମୋଟ୍ ୫ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ପୃଥ୍ୱୀଙ୍କ ସହ ମହାପ୍ରବନ୍ଧକ ଏମ୍‌. ପୋନ୍ନାମ୍ବାଲାମ, ଉପ-ମହାପ୍ରବନ୍ଧକ ଶୈଳେଶସିନ୍ନା, ଆଞ୍ଚଳିକ ପ୍ରବନ୍ଧକ ଅରୁଣ ପାଣିଗ୍ରାହୀ ପ୍ରମୁଖ ବ୍ୟାଙ୍କ ଗୁଡିକୁ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଢେଙ୍କାନାଳମୁଖ୍ୟ ଶାଖାର ପ୍ରବନ୍ଧକ ମୀନକେତନ ବରାଲେବାଡିଆ, ଢେଙ୍କାନାଳ ବଜାର ଶାଖାର ପ୍ରବନ୍ଧକ ବିଶ୍ୱ ରଞ୍ଜନ ମହାପାତ୍ରପ୍ରମୁଖ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଋଣ ପ୍ରଦାନରେ ସହାୟତା କରିଥିଲେ।

Leave A Reply

Your email address will not be published.

four × 4 =