ଢେଙ୍କାନାଳ ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ !

ଢେଙ୍କାନାଳ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସିଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ଼. ବିଶ୍ୱରଂଜନ ମହାନ୍ତି ଢେଙ୍କାନାଳ ଜିଲ୍ଲା ପାଇଁ ଡାକ୍ତର ତୁଷାରକାନ୍ତି ନାୟକଙ୍କୁ ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ସଂଚାର ବିଭାଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଡାକ୍ତର ତୁଷାରପୂର୍ବରୁ ଜିଲ୍ଲା କଂଗ୍ରେସର ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିଲେ । ସେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକଲେଜରୁ ଏମ୍‌ବବିଏସ୍‌.; ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରୁ ଏମ୍‌.ଡି. ଏବଂ ଅଷ୍ଟ୍ରେଲିଆରକୁଇନ୍ସଲାଣ୍ଡ ୟୁନିଭରସିଟିରୁ ଉଚ୍ଚଶିକ୍ଷା ଲାଭକରି ବିଦେଶ ଏବଂ ଦେଶରେ ଅନେକ ମେଡିକାଲ କଲେଜରେପ୍ରଫେସର ପଦବୀରେ କାର୍ଯ୍ୟ କରିଛନ୍ତି । ଡାକ୍ତର ନାୟକ ବିଭିନ୍ନ ସାମାଜିକ ସଂଗଠନ, ଇଣ୍ଡିଆନ ମେଡିକାଲଆସୋସିଏସନ୍‌, ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସର ସକ୍ରିୟ ସଦସ୍ୟ ଅଛନ୍ତି । ଏହି ଦାୟିତ୍ୱ ମିଳିଥିବାରୁସେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗଅଧ୍ୟକ୍ଷ ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତି , ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର୍ ରାଜା କାମାକ୍ଷା ପ୍ରସାଦ ସିଂହଦେଓ,ଜିଲ୍ଲା କଂଗ୍ରେସ ସଭାପତି ସୁନିଲ୍ ଦାଶଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ବିଭାଗକୁ ଅଧିକକ୍ରିୟାଶୀଳ କରିବା ପାଇଁ ଡାକ୍ତର ନାୟକ ଦଳରେ ପୂର୍ବରୁ କାର୍ଯ୍ୟ କରୁଥିବା ଜିଲ୍ଲା ସଂଯୋଜକ ରୁଦ୍ର ପ୍ରକାଶସରଣଙ୍କୁ ଛାପା ଗଣମାଧ୍ୟମ ଏବଂ ଯୁବନେତା ଅଜେନ୍ଦ୍ର ସାମଲଙ୍କୁ ସାମାଜିକ ଗଣମାଧ୍ୟମ ପରିଚାଳନା ଦାୟିତ୍ୱରେସହଯୋଗୀ ଭାବେ ମନୋନୀତ କରିଛନ୍ତି । ସହରରେ ବାସକରୁଥିବା ବିଭିନ୍ନ ସମ୍ବାଦପତ୍ର ଏବଂ ବୈଦୁତିକଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଡାକ୍ତର ନାୟକଙ୍କର ସୁସମ୍ପର୍କ ରହିଛି ଏବଂ ସେ ସମସ୍ତଙ୍କଠାରୁ ସହଯୋଗକାମନା କରିଛନ୍ତି । ବର୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ଜିଲ୍ଲା କଂଗ୍ରେସର ନୂଆ ଯୁବ ସଭାପତିଙ୍କନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ସହିତ ସହରରୁ ତୃଣମୂଳସ୍ତର ପର୍ଯ୍ୟନ୍ତ କଂଗ୍ରେସରଗୌରବମୟ ଇତିହାସ, ଦେଶ ଏବଂ ଓଡ଼ିଶାର ପ୍ରଗତିରେ ଦଳର ଶାସନ କାଳରେ ଅବଦାନ, ଏବେ କଂଗ୍ରେସଶାସିତ ପ୍ରଦେଶରେ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ୍ୱା ସହିତ,ଆଗାମୀ ନିର୍ବାଚନରେ କଂଗ୍ରେସକୁ ବିପୁଳ ଜନସମର୍ଥନ ଦେବା ନିମନ୍ତେ ଆହ୍ୱାନ ଦିଆଯିବ ବୋଲି ଡାକ୍ତରନାୟକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

six − two =