ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଗହଣ ରେ ଶ୍ରୀମାନ ପ୍ରତୀକ ର ଜନ୍ମୋତ୍ସବ ପାଳନ !

ଢେଙ୍କାନାଳ ସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟି ହୀନ ଓ ବଧିର ବିଦ୍ୟାଳୟ ର ସାଧନା ଗୃହ ପରିସର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ) ରାସୋଳ ର ଉପଦେଷ୍ଟା ସାନ୍ତନୁ ମହାନ୍ତି ଓ ଆଜୀବନ ସେଵିକା ସଂଘମିତ୍ରା ମହାନ୍ତି ଙ୍କର ପୁତ୍ର ପ୍ରତୀକ ମହାନ୍ତିଙ୍କ ସପ୍ତମ ଜନ୍ମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଗହଣ ରେ ହର୍ଷୋଲ୍ଲାସ ରେ ଜନ ମଙ୍ଗଳ (ରାସୋଳ)ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କର ସଂଯୋଜନା ରେ ପାଳିତ ହୋଇ ଯାଇଛି। ଇତ୍ୟବସର ରେ ପ୍ରଥମେ ବିଦ୍ୟାଳୟର କଳା ଶିକ୍ଷକ ରତ୍ନାକର ପ୍ରଧାନ ଓ ବିଦ୍ୟାଳୟ ର ଶିଶୁ ଵାଦ୍ୟାକାର ଦିବ୍ୟାଙ୍ଗ ଛାତ୍ର ଵାଵୁ ପାତ୍ର ଓ ଦିବ୍ୟାଙ୍ଗ ଶିଶୁ କଳାକାର ମାନେ ସାମୂହିକ ଭାବେ ମହାପ୍ରଭୁଙ୍କ ଭଜନ ଦ୍ୱାରା ପରିବେଶ କୁ ଭକ୍ତିମୟ କରିଥିଲେ। ଗୁରୁଜୀ ଗୁରୁମା ଓ ଶୁଭାକାଂକ୍ଷୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ତଥା ଜନ ମଙ୍ଗଳ(ରାସୋଳ)ସଂଗଠନ ର ଉପଦେଷ୍ଟା, ପ୍ରତିଷ୍ଠାତା, ସଭାନେତ୍ରୀ,ସଂପାଦକ,ସହ ସଂଯୋଜକ ତଥା ସେବକ ସେଵିକା ଭାଇ ଭଉଣୀ ତଥା ମହାନ୍ତି ପରିବାର ବର୍ଗ ଙ୍କର ଉପସ୍ଥିତି ରେ ଜନ୍ମବାର୍ଷିକୀ ଉପଲକ୍ଷେ କେକ୍ କଟାଯାଇ ଥିଲା। ସଂଗଠନ ତରଫରୁ ସମସ୍ତ ପିଲା ମାନଙ୍କ ପାଇଁ ନୂତନ ବସ୍ତ୍ର ଓ ପେନ୍,ଚକୋଲେଟ୍ ,ପ୍ରସାଧନ ସାମଗ୍ରୀ ପ୍ରଦାନ କରାଯିବା ସହିତ ଉପଦେଷ୍ଟା ମହାନ୍ତି ପରିବାର ଙ୍କ ତରଫ ରୁ ସାଂନ୍ଧ୍ୟ ଜଳଖିଆ ର ବ୍ୟବସ୍ଥା କରାଯାଇଥିଲା। ସୁନିଲ୍ ନାଏକ,ବାଳକୃଷ୍ଣ ନାଏକ,ସିପୁ ନାଏକ,ପ୍ରତିମା ରାଉତ୍, ସୂର୍ଯ୍ୟା ମୁଣ୍ଡା,ଲିମା ବେହେରା ଆଦି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରି ପରିବେଶ କୁ ସଂଗୀତ ମୟ କରିବା ସହିତ,ପିଲା ମାନଙ୍କ ସାପ ସିଡି ଖେଳ, ମ୍ୟୁଜିକ୍ ଚେୟାର, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସଂଗଠନ ତରଫରୁ ଅଶେଷ ଧନ୍ୟବାଦ ପୂର୍ବକ ମୋ ଗାଁ ମୋ ସମ୍ମାନ ଅଭିଯାନ ଦ୍ଵାରା ଓଡ଼ିଶା ଅକ୍ଵାକେୟାର ଓ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ତରଫରୁ ଫୋର୍ ଏସ୍ ଜେ ଏମ ସମ୍ମାନପତ୍ର ସହ ପ୍ରତୈକ ଛାତ୍ରଛାତ୍ରୀ ମାନଙ୍କୁ ଟିଫିନ୍ ବକ୍ସ ପୁରସ୍କୃତ କରାଯାଇଛି। କ୍ରୀଡା ଶିକ୍ଷକ ସରୋଜ କୁମାର ସାମଲ ଙ୍କ ତତ୍ବାବଧାନରେ ସମସ୍ତ କ୍ରୀଡା ପରିଚାଳିତ ହୋଇ ଥିବା ବେଳେ ସଂଗଠନର ଉପଦେଷ୍ଟା ଶ୍ରୀମତି ସତ୍ୟଭାମା ମିଶ୍ର ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ।ପରିଶେଷରେ ସାମୁହିକ ନୃତ୍ୟ ରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ସମସ୍ତ ସହଯୋଗ କାରୀ ଭାଗ ନେଇ ଅତି ହର୍ଷୋଲ୍ଲାସ ରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା। ପରିଶେଷରେ ସଂଗଠନ ତରଫରୁ ଆଜିର ଦିନଟି କୁ ମନେ ରଖିବା ପାଇଁଁ ଵିଦ୍ୟାଳୟ ପରିସର ରେ ଏକ ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ ନିମିତ୍ତ ଶିଶୁ ପ୍ରତୀକ ଙ୍କ ଦ୍ଵାରା ଵିଦ୍ୟାଳୟ ର କ୍ରୀଡା ଶିକ୍ଷକ ସରୋଜ କୁମାର ସାମଲ ଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ସାଧାରଣ ସଂପାଦକ ବିଶ୍ଵନାଥ ବେହେରା,ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ ପାଣିଗ୍ରାହୀ, କିରାଣୀ ବଳରାମ ସାହୁ ଓ ସହକାରୀ କିରାଣୀ ଶ୍ରୀଧର ପଣ୍ଡାଙ୍କ ସମେତ ସହକାରୀ ଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡା, ସମରେନ୍ଦ୍ର ସାହୁ,ସୁପ୍ରଭା ନାୟକ,ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଶରତ ଗୋଚ୍ଛାୟତ ଓ ଜନମଙ୍ଗଳ ରାସୋଳ ସଂଗଠନ ର ଉପଦେଷ୍ଟା ସତ୍ୟଭାମା ମିଶ୍ର,ଡାକ୍ତର ଦୟାନିଧି ପୃଷ୍ଟି ଙ୍କ ସମେତ ପ୍ରତିଷ୍ଠାତା ବିଭୁ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର,ସମ୍ପାଦକ ପ୍ରଦୀପ ନାୟକ,ସହ ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେଵିକା ଭଉଣୀ ଶୁଭଶ୍ରୀ ସାହୁ, ସେବକ ଭାଇ ସୌମ୍ୟରଂଜନ ମିଶ୍ର, ସେଵିକା ଭଉଣୀ ଅପସରୀ ଵେଗମ ଓ ଶୁଭାକାଂକ୍ଷୀ ମାନେ ଏତାଦୃଶ କାର୍ଯ୍ୟ ରେ ସହଯୋଗ ପ୍ରଦାନ କରିବା ସହିତ ବାଳକ ପ୍ରତୀକ ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭେଛା,ଶୁଭକାମନା,ଆଶୀର୍ବାଦ ପ୍ରଦାନ କରିଥିଲେ।ବାସ୍ତବ ରେ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ମୁହଁ ରେ ହସ ଫୁଟାଇଵାର ଏକ ନିଆରା ପ୍ରୟାସ ଆଜି ର ଜନ୍ମୋତ୍ସବ ଏକ ସ୍ବତନ୍ତ୍ର ଅନୁଭବ ପ୍ରଦାନ କରିଥିଲା ଵୋଲି ସଂଗଠନ ର ପ୍ରତିଷ୍ଠାତା ଶତପଥୀ, ଉପଦେଷ୍ଟା ସାନ୍ତନୁ ମହାନ୍ତି, କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସାମଲ ମତବ୍ୟକ୍ତ କରିଥିବା ଵେଳେ ସର୍ବ ସାଧାରଣ ସ୍ତର ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଜସ୍ବ ପ୍ରଚେଷ୍ଟାରେ ପ୍ରତି ଟି ମୁହଁ ରେ ହସ ଫୁଟେଇ ବାର ଅନୁରୋଧ ରଖିଥିଲେ। ଏତାଦୃଶ କାର୍ଯ୍ଯ କୁ ନନ୍ଦିନୀ ଦେବୀ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.

two × three =