ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ନିମନ୍ତେ ଢେଙ୍କାନାଳ ବିଜେପିରପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ଅଯୋଧ୍ୟା ନଗରୀର ଭବ୍ୟ ଶ୍ରୀରାମ ମନ୍ଦିରରେ ଆସନ୍ତା ୨୨ ତାରିଖ ଦିନ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକରାଯିବ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ବିଜେପିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ରମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ୨୨ ତାରିଖ ଦିନ ପ୍ରତ୍ୟେକ ଘରେ ସର୍ବନିମ୍ନ ୫ଟି ଲେଖାଏଁ ପ୍ରଦ୍ୱୀପ ପ୍ରଜ୍ୱଳନ ସହସର୍ବସାଧାରଣରେ ଦେବ ଦୀପାଳି ପାଳନ, ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛ କାର୍ଯ୍ୟକ୍ରମ, ସଂକୀର୍ତନ ଏବଂ ଧର୍ମପୀଠମାନଙ୍କରେଏଲ୍‌ଇଡି ମାଧ୍ୟମରେ ଅଯୋଧ୍ୟାର କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରିବା ପାଇଁ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କୁପରାମର୍ଶ ଦେଇଥିଲେ । ଆସନ୍ତା ୨୨ ତାରିଖ ଏହି ଭବ୍ୟ କାର୍ଯ୍ୟକ୍ରମ ପରେ ପରେ ଅଯୋଧ୍ୟା ଗସ୍ତ କରି ପ୍ରଭୁ ଶ୍ରୀରାମଙ୍କରକୃପା ଲାଭ କରିବା ପାଇଁ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଜାଗରଣସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ତତ୍ପରେ ବିଧାନସଭା ସ୍ତରୀୟ ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ଏହିବୈଠକରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନଜେନା, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା ପ୍ରମୁଖ ମଂଚାସୀନ ଥିବାସ୍ଥଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜନଳିନୀ ମହାଳିକ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ବିଷ୍ଣୁପ୍ରସାଦ ଲେଙ୍କା, ସନାତନ ବେହେରା, ଇତିଶ୍ରୀ ସାହୁ,ପୂର୍ବତନ ଚେୟାରମ୍ୟାନ୍ ତଥା ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରାସବିହାରୀ ବେହେରା, ରତିକାନ୍ତ ସାହୁ, ସଂପାଦକସୁଶାନ୍ତ ପତି, ଅବନିକାନ୍ତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିମହାଦୀପ ଯଶୋବନ୍ତ ମହିମା, ସମସ୍ତ ମଣ୍ଡଳ ସଭାପତି, ଚାରୋଟି ବିଧାନସଭାର ପ୍ରଭାରୀ, ସଂଯୋଜକ, ସହ-ସଂଯୋଜକଏବଂ ବିସ୍ତାରକ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଶେଷରେ ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା ଧନ୍ୟବାଦପ୍ରଦାନ କରିଥିଲେ ।

Leave A Reply

Your email address will not be published.

9 + nineteen =