ଭୁବନ ମୀରାବାଈ କଳା ବିକାଶ କେନ୍ଦ୍ର ର ଦଶମ ବାର୍ଷିକୋତ୍ସବ ପାଳିତ !

ଢ଼େଙ୍କାନାଳ : ଭୁବନ ର ପୁରାତନ କଳା ସଂସ୍କୃତି ଅନୁଷ୍ଠାନ ” ମୀରାବାଈ କଳା ବିକାଶ କେନ୍ଦ୍ର” ର ଦଶମ ବାର୍ଷିକୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ଉଦଯାପନୀ ଉତ୍ସବରେ ଭୁବନ ବିଡ଼ିଓ କଲ୍ୟାଣ ସୌରଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୀରାବାଈ କଳା ବିକାଶ କେନ୍ଦ୍ର କୁ ଭୂୟସୀ ପ୍ରଶଂସା କରିବା ସହ ଏ ଅନୁଷ୍ଠାନ ଭୁବନ ଅଞ୍ଚଳରେ ବହୁ କଳାକାର ତିଆରି କରିଛି, କଳା ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଅନୁଷ୍ଠାନ ର ସମ୍ପାଦକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭଗବାନ ଗୁରୁ ନିଶ୍ଚିତ ଭାବେ ଧନ୍ୟବାଦ୍ ର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ଯୋଗଦେଇଥିଲେ । ଓ ଏନ୍ ଏସ ଇଭେଣ୍ଟ ,ପୁରୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଗିତାଭିନୟ ପରିବେଷଣ କରାଯାଇଥିଲା ଏବଂ ” ହାଲୋ ହାୟ ଛାଡ଼ନ୍ତୁ,ଜୟ ଜଗନ୍ନାଥ କୁହନ୍ତୁ ” ଗୀତ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ଵାରା ” ଛୋଟ ମୋର ଗାଁ ଟି “ଗିତାଭିନୟ ପରିବେଷଣ ସହିତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ନାଟ୍ୟକାର ଶାନ୍ତନୁ ଦାଶ , ତୁଷାରକାନ୍ତି ମିଶ୍ର ଙ୍କ ସମେତ ଅନ୍ୟ କଳାକାର ମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ସୁରେଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିବସ ରେ ବ୍ଲକ କଳା ସଂଘ ର ସଭାପତି ଅଶୋକ କୁମାର ସାମଲ ଙ୍କ ତତ୍ତ୍ଵାବଧାନରେ କଳାକାର ମାନେ ପାଲା,ଦାସ କାଠିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏହି ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଶାନ୍ତନୁ ଦାଶ,ନାରାୟଣ ସାହୁ, କୈଳାସ ଚନ୍ଦ୍ର ପୃଷ୍ଟି, ବୁଲା ସାହୁ ,ଦୁଃଶାସନ ପୋଥାଳ,କୃଷ୍ଣ ଚନ୍ଦ୍ର ସାହୁ,ପ୍ରମୋଦ ଗୁରୁ,ହୃଷୀକେଶ ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 + eighteen =