ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଣ୍ଡେସନ୍ର ୫ମ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚୟତର ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସକାଳ ଅଧିବେଶନରେଉଦ୍ଘାଟକ ଭାବେ ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର, ମୁଖ୍ୟ ଅତିଥି ଭାବେ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ମହାପାତ୍ର ଓସମ୍ମାନିତ ଅତିଥି ଭାବେ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନକରିଥିଲେ । ନଗରପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏଭଳି ଏକ ପରିସର ତଥା ଉପସ୍ଥିତ ଅନ୍ତେବାସୀଙ୍କ ଗହଣରେ ସୂର୍ଯ୍ୟଲୋକ ଫାଉଣ୍ଡେସନ୍ତା\’ର ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ପାଳନ କରୁଥିବାରୁ ଏହା ଅନ୍ତେବାସୀଙ୍କ ମନରେ ଅପୂର୍ବ ଆନନ୍ଦ ଓ ଉନ୍ମାଦନା ଦେବା ସହିତ ଏହାକୁଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ର ଅନ୍ତେବାସୀମାନଙ୍କ ହୃଦୟରେ ସାଂସ୍କୃତିକ କାର୍ଯ୍ୟକ୍ରମଓ ସଚେତନତା ବାର୍ତା ପହଁଚାଇବା ଦ୍ୱାରା ସେମାନଙ୍କର ମନୋବଳ ଦୃଢିଭୂତ ହେବା ସଙ୍ଗେ ସଙ୍ଗେ ମନରେ ଥିବା ଦୁଃଖ ଓ କ୍ଷୋଭ ଦୂର ହୋଇପାରିବବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ତେବାସୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଝୋଟି, ହୁଳହୁଳି, ମ୍ୟୁଜିକ୍ ଚେୟାର, ନାଚ ଓ ଗୀତ ଭଳିବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଂଧ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ଭାବେ ଗଁଦିଆ ପଂଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ମାଇକ୍ରୋ ମିଡିଆ ଆୱାରନେସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଅଥୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ଓ ଏହିଭଳିପରିବେଶରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନକୁ ଭୟସୀ ଓ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତରୋତର କାମାନ କରିବା ସଙ୍ଗେ ସଙ୍ଗେଏହିଭଳି ପ୍ରତିଯୋଗିତା କରିବା ଦ୍ୱାରା ଅନ୍ତେବାସୀଙ୍କ ମନରେ ଆନନ୍ଦ ଓ ଉତ୍ସାହ ଜାଗ୍ରତ ହୋଇପାରିବ ବୋଲି କହିଥିଲେ ଏବଂ କୃତିପ୍ରତିଯୋଗୀମାନଙ୍କୁପୁରସ୍କାର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରେୟାସ୍ ଶକ୍ତି ସ୍ମିତ୍ଙ୍କ ରଚିତ ପୁସ୍ତକ \”କଂଟ୍ରୋଲ୍\’ର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁଅନୁଷ୍ଠାନର ଅଧ୍ୟକ୍ଷ ଦୀପକ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲୋ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପାଣି ଓ ବିଜ୍ଞାନ ମହାନ୍ତି ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ନିର୍ଦ୍ଦେଶିକା ଶୁଭଦର୍ଶିନୀ ପରିଡା ଧନ୍ୟବାଦଅର୍ପଣ କରିଥିଲେ । ଏହି ଅବସରରେ ସଫଳ ଚାଷୀ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶଙ୍କର୍ଷଣ ଜେନା, ଡା. ଦୟାନିଧି ପୃଷ୍ଟି, ସମାଜସେବୀଜିତେନ୍ଦ୍ର ସାହୁ ପ୍ରମୁଖଙ୍କୁ ସୂର୍ଯ୍ୟାଲୋକ ପ୍ରତିଭା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟାଲୋକ ଫାଣ୍ଡେସନ୍ରଉପଦେଷ୍ଟା ଶକ୍ତିପ୍ରସାଦ ହରିଚନ୍ଦନ, ସଞ୍ଜୟ ପଣ୍ଡା, ଶାରଦା ପ୍ରସାଦ ଷଡଙ୍ଗୀ, କେଦାରନାଥ, ସୁଚିତ୍ର ବେହେରା, ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନତରଫରୁ ସଞ୍ଜୟ କୁମାର ବେହେରା, ପ୍ରେମାନନ୍ଦ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ ଦାସ, ବନିତା ମହାପାତ୍ର, ବୈରାଗୀ ଦାସ, ଶ୍ରୀଲେଖା ଜେନାପ୍ରମୁଖ ସହଯୋଗ କରିଥିବାବେଳେ ପ୍ରତିଯୋଗିତାଗୁଡିକର ବିଚାରକ ଭାବେ ଓଡିଶାର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇଶିକା ଶର୍ମା, ନିଳିମା ପଣ୍ଡା ଓ ପ୍ରଭାବତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।