ମିଶନ୍  ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ !

ଢେଙ୍କାନାଳ : ସଦର ବ୍ଲକ ନାଗିଆପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାହିମାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଟୀକାକରଣ ନିମନ୍ତେ ମିଶନ୍  ଇନ୍ଦ୍ରଧନୁଷ୍ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜ୍ୟୋତିଷ  ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ମିଶନର ଲକ୍ଷ ଓ ଉଦେଶ୍ୟ ଉପରେ ସଚେତନ କରାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ  ସିଏଚସି  ବେଲଟିକିରି ର ଭାରପ୍ରାପ୍ତ ଚିକତ୍ସା  ଅଧିକାରୀ ଡ଼ା. ବିଜିତା ସୁଭଦ୍ରା  ସତପଥି,ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । 

ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭାରତୀ ପଣ୍ଡା, ନନ୍ଦ କିଶୋର ମଲିକ,  ଆସିଷ୍ଟାଣ୍ଟ ମ୍ୟାନେଜର ସଂଗ୍ରାମ ଷଡ଼ଙ୍ଗୀ,  ଡିଭିଏଲଏମ  ତ୍ରିଲୋଚନ ପରିଡା,ଆଇସିଏ ରାଜା ସ୍ୱାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ବିପିଏମ ଦେବାଶିଷ ମାନସିଂହ,  ପିଏଚଇଓ , ହେଲଥ ୱାର୍କର୍ସ, ଏନମ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.

14 − 11 =