ହାତୀ ତଥା ବନ୍ୟଜନ୍ତୁ ଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ !

ଢ଼େଙ୍କାନାଳ : ହାତୀ ତଥା ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ସଂଘ ଢ଼େଙ୍କାନାଳ ତରଫରୁ ଏକବିକ୍ଷୋଭ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଓଡ଼ାପଡ଼ା, କାମାକ୍ଷାନଗର, ଢ଼େଙ୍କାନାଳ ଇତ୍ୟାଦି ବ୍ଲକର ଗୁଣଦେଇ
ପଂଚାୟତ, ସଦାଶିବପୁର ପଂଚାୟତ, ଓଡ଼ାପଡ଼ା ପଂଚାୟତ, ବଳରାମପୁର ପଂଚାୟତର କାଉଁରୀଆପାଳ, ରସାସିଂ, ବଉଳପୁର, ଗୁଣଦେଇ,ପୋଡ଼ାପଡା, ବଳରାମପୁର, ନୟାଭାଗୀରଥିପୁର, କୋଟଗରା, କେଶରୀଆ ଇତ୍ୟାଦି ପଂଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସସମ୍ମୁଖରେ ଦିନ ପ୍ରାୟ ୧୧ଘଟିକା ସମୟରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ । ଉକ୍ତ ସଭାରେ ସମିତି ନେତା ସର୍ବଜ୍ଞ ସାହୁ ସଭାପତିତ୍ୱଓ ସରୋଜ କୁମାର ଶତପଥୀ ସଂଚାଳକ ଭାବରେ ଯୋଗଦେଇଥିଲେ । ବିକ୍ଷୋଭକାରୀଙ୍କ ତରଫରୁ ୪ଦଫା ଦାବୀ ଯଥା – (୧) ହାତୀ ଏବଂଅନ୍ୟାନ୍ୟ ବନ୍ୟଜନ୍ତୁମାନେ ଫସଲକୁ ନଷ୍ଟ ନକରିବା ପାଇଁ ସଂପୃକ୍ତ ବିଭାଗ ତରଫରୁ ସମସ୍ତ ଜରୁରୀ ଓ ଆବଶ୍ୟକୀୟ ପଦକ୍ଷେପ ନେଇ
ଫସଲ ନଷ୍ଟ ନହେବାର ଗ୍ୟାରେଂଟି ଚାଷୀମାନଙ୍କୁ ଦିଆଯାଉ । (୨) ନଷ୍ଟ ହେଉଥିବା ଫସଲ ପାଇଁ ସରକାରୀ କ୍ଷତିପୂରଣ ପରିମାଣ ଅତ୍ୟନ୍ତନଗଣ୍ୟ ଏବଂ ଏକ କଠିନ ବ୍ୟାପାର ହୋଇଥିବାରୁ ସରକାରୀ ଭାବେ ସ୍ୱୀକୃତି ପ୍ରାପ୍ତ ଉତ୍ପାଦନ ଓ ସରକାରୀ ଦରକୁ ଭିତିକରି କ୍ଷତିପୂରଣ ରାଶିସ୍ଥିର କରାଯିବା ସହ ଚାଷିମାନଙ୍କ ପାଇଁ ଏକ ସହଜ ଉପଲବ୍ଧ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ । (୩) ହାତୀ ଏବଂ ବନ୍ୟଜନ୍ତୁଙ୍କ ଭୟରେ ଚାଷନହୋଇ ଅଯୋଗ୍ୟ ହୋଇଯାଇଥିବା ଜମିଗୁଡ଼ିକୁ ପୁନର୍ବାର ଚାଷଯୋଗ୍ୟ ଅବସ୍ଥାକୁ ଆଣିବା ପାଇଁ ଏମ୍‌.ଏନ.ଆର୍‌.ଜି.ଏ ରେ ଅର୍ଥଯୋଗାଇ ଦିଆଯାଉ । (୪) ବିଦ୍ୟୁତ୍ ବିଭାଗର ଅତ୍ୟନ୍ତ ନିମ୍ନସ୍ତରରେ ବିଦ୍ୟୁତ୍ ତାର ନେଇଥିବାରୁ ହାତୀମାନେ ଅସୁରକ୍ଷିତ ହେବା ସହିତ
ଜନସାଧାରଣ ଅନାବଶ୍ୟକ ଭାବରେ ବହୁ ସମୟ ବିଦ୍ୟୁତ୍ ବ୍ୟବହାରରୁ ବଂଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେଣୁ ତୁରନ୍ତଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ (୫) ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନହେବା ପର୍ଯ୍ୟନ୍ତ ଚାଷିମାନଙ୍କୁକ୍ଷତିପୂରଣ ରାଶି ପ୍ରଦାନ କରାଯାଉ, ଇତ୍ୟାଦି ଦାବି ସମ୍ବଳିତ ଏକ ଦାବିପତ୍ର ବିକ୍ଷୋଭକାରୀଙ୍କ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନକରାଯାଇଥିଲା । ବିକ୍ଷୋଭକାରୀଙ୍କର ଏକ ପ୍ରତିନିଧି ଦଳ ସଂଘର ଆବାହକ ଅଶୋକ ପୃଷ୍ଟିଙ୍କ ନେତୃତ୍ୱରେ ଆଲୋଚନା ପାଇଁ ଯାଇଥିଲେ ।
ଏହିପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ବରିଷ୍ଠ ଚାଷୀ ନେତା ସର୍ବଜ୍ଞ ସାହୁ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ(ଏମ୍‌)ରନେତା ବଦ୍ରିନାରାୟଣ ଦାଶ, କଂଗ୍ରେସ ନେତା ପ୍ରେମ୍ ଶଙ୍କର ମିଶ୍ର, ସମତାକ୍ରାନ୍ତିର ଯୁବନେତା ସରୋଜ ଶତପଥୀ, ସି.ପି.ଆଇର ନେତାଶିବରାମ ସାହୁ, ଶ୍ରମିକ ନେତା ରବି ରଥ, କଂଗ୍ରେସ ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ସଦାଶିବପୁର ପଂଚାୟତର ସରପଂଚ ଧରିତ୍ରୀ ମଲ୍ଲିକ,ବଳରାମପୁରର ଯୁବନେତା ସମଲେଶ୍ୱରୀ ମଲ୍ଲିକ, ନୟାଭାଗିରଥୀପୁରର ସରପଂଚ ଜ୍ୟୋତି ନାୟକ, ଗୁଣୁଦେଇ ସରପଂଚ ସୁବ୍ରତ କୁମାରନାୟକ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଚାଷୀମାନଙ୍କର ଦାବି ପୁରଣ କରିବା ପାଇଁ ଦାବି କରିଥିଲେ । ୫୦ରୁ ଉର୍ଦ୍ଧ୍ୱ ସରପଂଚଙ୍କର ସ୍ୱାକ୍ଷରସମ୍ମିଳିତ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ନଚେତ୍ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ କାଉଁରୀଆପାଳର ଚାଷୀ ସୁବ୍ରତ ନାୟକ, ଦୁତି ନାୟକ, ନବକିଶୋର ମହାନ୍ତି, ତ୍ରିନାଥ ମହାନ୍ତି, ରସାସିଂରବାମଦେବ ପରିଡ଼ା, ଚଗଲା ଦେହୁରୀ, ଅଜିତ୍ ଦେହୁରୀ, ପୋଡ଼ାପୋଡାର ବିରେନ୍ କରଣ, ବଳରାମପୁରର ଜୟନ୍ତ ଧଳ, ଭାଗୀରଥିପୁରରଜ୍ୟୋତି ନାୟକ, କୋଟଗରାର ସନ୍ତୋଷ ବେହେରା, କେଶରୀଆର ଖତିଆ ନାୟକ ପ୍ରମୁଖ ଚାଷିମାନଙ୍କ ନେତୃତ୍ୱରେ ଶତାଧିକ ଚାଷୀବିକ୍ଷୋଭରେ ଯୋଗଦେଇଥିଲେ । ଶେଷରେ ସମଲେଶ୍ୱରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × four =