ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ !

ଢ଼େଙ୍କାନାଳ : ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ପ୍ରତିବଦ୍ଧତାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ୨୦୨୩ ସେପ୍ଟେମ୍ବର ୬ ତାରିଖରେ ଭେଣ୍ଡର ପାର୍ଟନରମାନଙ୍କ ପାଇଁ ‘ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭେଣ୍ଡର ପାର୍ଟନରମାନଙ୍କ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ଟିଏସ୍‌ଏମ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ଅଭ୍ୟାସ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଗ୍ୟାସ ସୁରକ୍ଷା: ଲୁହା ପ୍ରସ୍ତୁତିର ଜୀବନରେଖା’ ।
ଏହି କାର୍ଯ୍ୟକ୍ରମରେ ଟିଏସ୍‌ଏମ୍‌ର ଆଇରନ୍ ମେକିଂ ମୁଖ୍ୟ ଅମିତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଂପାନିର ସୁରକ୍ଷା ମୁଖ୍ୟ ଅଗମ କୁମାର, ଅନ୍ୟାନ୍ୟ ବିଭାଗର ମୁଖ୍ୟ ଓ ଭେଣ୍ଡର ପାର୍ଟନରମାନେ ଉପସ୍ଥିତ ଥିଲେ ।
ପ୍ରୋପାଇଟର୍ସ, ସାଇଟ୍ ଇନ୍‌ଚାର୍ଜ, ଠିକା ସଂସ୍ଥାର ମାଲିକ, ସୁରକ୍ଷା ପର୍ଯ୍ୟବେକ୍ଷକ ଓ ଚମ୍ପିଆନ୍‌ମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଡିଭିଜନ ସ୍ତରରେ ‘ଶୂନ୍ୟ ଆହାତ’ ଲକ୍ଷ୍ୟ ହାସଲ କରିବା ଉପରେ ଟିଏସ୍‌ଏମ୍‌ର ବିଭାଗୀୟ ମୁଖ୍ୟମାନେ ଆଲୋକପାତ କରିଥିଲେ । ସୁରକ୍ଷା ଅଭ୍ୟାସ ଓ ଆଘାତ ମୁକ୍ତ ପରିବେଶରେ ଉନ୍ନତି ଆଣିବା ପାଇଁ ସେ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ୧୫୦ କର୍ମଚାରୀ ଓ ଭେଣ୍ଡର ପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୦ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଭେଣ୍ଡର ପାର୍ଟନର ମେସର୍ସ ୟୁଆଇଏଲ୍‌ର କର୍ମଚାରୀମାନଙ୍କ ଦ୍ୱାରା ଏକ ନୁକଡ ନାଟକ ଆୟୋଜନ କରାଯାଇଥିଲା ।
ଭେଣ୍ଡର ପାର୍ଟନରମାନଙ୍କ ଓ ସେମାନଙ୍କ କର୍ମଚାରୀମାନଙ୍କ ସହିତ ପ୍ରଭାବଶାଳୀ ଯୋଗାଯୋଗ ସହ ସୁରକ୍ଷାକୁ ନେଇ ଉଭୟ ପାଶ୍ୱର୍ରୁ ସୂଚନା ଆଦାନପ୍ରଦାନ ଜରିଆରେ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ “ସୁମିଳନ’ କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି । ଭେଣ୍ଡର ପାର୍ଟନରମାନଙ୍କ ଓ ସେମାନଙ୍କ ଉତ୍ସର୍ଗୀକୃତ କର୍ମଚାରୀମାନଙ୍କଠାରୁ ମୂଲ୍ୟବାନ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଓ ମତାମତକୁ ଗ୍ରହଣ କରାଯାଇଥିଲା ।
ସୁରକ୍ଷା, ସହଯୋଗିତା ଓ ଉତମ ଯୋଗାଯୋଗ ପ୍ରତି ଟିଏସ୍‌ଏମ୍ ପ୍ରତିବଦ୍ଧ ରହି ସମସ୍ତ ଅଂଶୀଦାରମାନଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.

11 − 11 =