ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ହଜାର ଲିଟର ମହୁଲ ପୋଚ ନଷ୍ଟ, ୨୫୦ ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ ! 

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇ ଦୁଇ ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିଲା ଓ ୨୫୦ ଲିଟର ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ଏକତାଳି ଗ୍ରାମର ରଘୁନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ ରେ ଭୁବନ ଅବକାରୀ ବିଭାଗ ଓ.ଆଇ.ସି.ସୌରଭ ମିଶ୍ର, ଏ.ଏସ.ଆଇ. ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

Leave A Reply

Your email address will not be published.

eight + 20 =