ପ୍ରକୃତି ପର୍ଯ୍ୟଟନ ଓ ପ୍ରାଚୀନତାର ସମନ୍ୱୟ, ଗଜଲକ୍ଷ୍ମୀ ପ୍ୟାଲେସ୍‌ !


ଢେଙ୍କାନାଳ: ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପଂଚମ ସଂସ୍କରଣ ରେ ଢେଙ୍କାନାଳ ସହର ଉପକଣ୍ଠରେ ଥିବା ବୋରାପଦାର ଗଜଲକ୍ଷ୍ମୀ ପ୍ୟାଲେସ୍ ଠାରେରବିବାର ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏକ ଶାନ୍ତ ସବୁଜିମାମୟ ପରିବେଶରେ ଅବସ୍ଥିତ ଏହି ରାଜ ପ୍ରାସାଦଟି କେବଳ ଆକର୍ଷଣୀୟ ନୁହେଁ,ବରଂ ଆମ ରାଜତନ୍ତ୍ର ଇତିହାସର ଏକ ସମୁଜ୍ଜ୍ୱଳ ଦୃଷ୍ଟାନ୍ତ । ୧୯୩୩ ମସିହାରେ ଘଂଚ ଜଙ୍ଗଲ ଘେରା ଏକ ଅନୁଚ୍ଚ ପାହାଡ ଉପରେ ଜଣେ ବ୍ରିଟିଶ ସ୍ଥପତିଙ୍କ ନକ୍ସାକୁଆଧାରକରି ଏହି ରାଜ ମହଲଟିର ନିର୍ମାଣ ଆରମ୍ଭ ହୋଇ ୧୯୪୨ମସିହାରେ ଶେଷ ହୋଇଥିଲା । ଏହା ସେତେବେଳେ ବର୍ତମାନର ରାଜା କାମାକ୍ଷା ପ୍ରାସାଦସିଂହଦେଓଙ୍କ ଦ୍ୱିତୀୟ କାକା ସ୍ୱର୍ଗତ ଶ୍ରୀଶେଷ ପ୍ରତାପ ସିଂହଦେଓଙ୍କ ମାଲିକାନାରେ ଥିଲା । ଯେଉଁଠି ବର୍ତମାନ ତାଙ୍କ ପୁତ୍ର ରଣେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ତାଙ୍କପରିବାର ଅବସ୍ଥାନ କରୁଛନ୍ତି । ଏହି ରାଜପ୍ରାସାଦ ଭିତରେ ଅନେକ ପୁରୁଣା ଆସବାବପତ୍ର, ଛୁରୀ, କଟାରୀ, କୁଠାର, ଧନୁତୀର, ବନ୍ଧୁକ ଆଦି ସ୍ମୃତି ସ୍ୱରୂପ ସାଇତାହୋଇ ରହିଛି । ଏହିଠାରେ ରହିଥିବା ସମସ୍ତ ଜିନିଷ ଅପେକ୍ଷା ସବୁଠାରୁ ଆକର୍ଷଣୀୟ ହେଲା ଏକ ମହାବଳ ବାଘର ଚମଡା ସହିତ ମୁଣ୍ଡ । ୧୯୭୨ ମସିହା ବେଳକୁରାୟଗଡ଼ା ଅଂଚଳର ନାରାୟଣପାଟଣାରେ ୭୬ ଜଣ ମଣିଷ ଖାଇଥିବା ଏହି ବାଘକୁ କୁମାର ସାହେବ ରଣେନ୍ଦ୍ର ପ୍ରତାପ ସିଂହଦେଓ ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧକ୍ରମେ ଶିକାର କରିଥିଲେ । ପ୍ରାସାଦଟିର ଚତୁର୍ଦ୍ଦିଗ ପାଦଦେଶରେ ଘଂଚ ଶାଳ ଓ ବାଉଁଶ ଜଙ୍ଗଲ ସହିତ ଆମ୍ବ, ପଣସ, ପିଜୁଳି ଓ ଅନ୍ୟାନ୍ୟ ଫଳର ଏକ ସୁବିସ୍ତୀର୍ଣ୍ଣବଗିଚା ରହିଛି । ଏକ ବିଶାଳ ପ୍ରାକୃତିକ ଜଳାଶୟ ଓ ତାର ପଛକୁ ରହିଛି ମେଘା ପର୍ବତ । ଏହି ଐତିହ୍ୟ ସମ୍ପନ୍ନ ରାଜ ପ୍ରାସାଦକୁ ଆଜି ବୁଲି ତଥ୍ୟ ସଂଗ୍ରହ କରିଥିଲେଐତିହ୍ୟ ପଦଯାତ୍ରୀ ଦଳ । ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଚିଶ ଜଣ ପଦଯାତ୍ରୀଙ୍କୁ ରଣେନ୍ଦ୍ର ପ୍ରସାଦ ସିଂହଦେଓ ଓ ଜିତେନ୍ଦ୍ର ପ୍ରତାପ ସିଂହଦେଓଏବଂ ତାଙ୍କ ପତ୍ନୀ ନମ୍ରତା ସିଂହଦେଓ ପ୍ରାସାଦ ଠାରେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଟକ ଐତିହ୍ୟ ପଦଯାତ୍ରାର ସଦସ୍ୟ ବିଶ୍ୱରଞ୍ଜନ ଦେହୁରୀ, ଶିକ୍ଷାବିତ୍‌ ଡ.ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ, ମନମୋହନ ମହାପାତ୍ର, କବି ଅକ୍ଷୟ ପାତ୍ର,ଅଧ୍ୟାପକ ଶାନ୍ତନୁ ନାୟକ, ସୁନିତାମହାପାତ୍ର, ଡ. ମଳୟ ରଞ୍ଜନ ପତି, ରମେଶ କୁମାର ପତି, ଆକାଶବାଣୀ ଯୋରନ୍ଦାର କାର୍ଯ୍ୟକ୍ରମ ଅଧିକାରୀ ରାଜୀବ କୁମାର ମାହୁନ୍ତ, ଭରତେନ୍ଦୁ ନାଏକ, ଆଦିତ୍ୟମିଶ୍ର, ସ୍ୱର୍ଣ୍ଣପ୍ରଭା ସେଠୀ,ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ , ପ୍ରଶାନ୍ତ ତ୍ରିପାଠୀ, ଜନ୍ମେଜୟ ରାଉତ, ସୁମିତ୍ରା ନାୟକ, ଦିବ୍ୟରଞ୍ଜନ ସାହୁ, ପିୟୁଷଅଗ୍ରୱାଲା, ଗୌତମ ମିଶ୍ର, ଅସିତ କୁମାର ପ୍ରଧାନ, ଅମିତ କୁମାର ସାହୁ ପ୍ରମୁଖ ଐତିହ୍ୟ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

8 − five =