ଦୀଘି – ଗୋବିନ୍ଦପୁର ମାଳବନ୍ଧ ର ଶିଳାନ୍ଯାସ : ୨୪ କୋଟି ବ୍ୟୟବରାଦ ୨୪ ମାସରେ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ !

ଢ଼େଙ୍କାନାଳ : ଭୁବନ ବ୍ଲକ ର ଦୀଘି ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ମାଳ ବନ୍ଧ ର ଶୁଭାରମ୍ଭ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁଭାରମ୍ଭ କରିଛନ୍ତି I

୨୪ କୋଟି ବ୍ୟୟ ବରାଦ ରେ ପ୍ରସ୍ତାବିତ ୬.୩ କିଲୋମିଟର ବନ୍ଧ କୁ ୨୪ ମାସରେ ସାରିବା ନେଇ ଲକ୍ଷ୍ୟ ରଖାଯାଇଛି I ଏହି ମାଳ ବନ୍ଧ ନିର୍ମାଣ ଦ୍ଵାର ଦୀଘି ଓ ମାର୍ଥାପୁର ପଞ୍ଚାୟତ ର ହାଜର ହାଜର ହେକ୍ଟର ଚାଷ ଜମି ନଦୀ ବଢ଼ି ରୁ ରକ୍ଷା ପାଇବ ସହ ହାତୀ ଉପଦ୍ରବ ରୁ ଫସଲ ସୁରକ୍ଷିତ ରହିବ I

ମାଳ ବନ୍ଧ ଉପରେ ସର୍ଭିସ୍ ରୋଡ ଗୋରୋଡିଆ ସେତୁ କୁ ସଂଯୋଗ କରୁଥିବା ହେତୁ ମାର୍ଥାପୁର – ଢେଙ୍କାନାଳ ଦୂରତା ମଧ୍ଯ କମିଯିବ I ଚାଷୀ ମାନଙ୍କ ଦିର୍ଘ ଦିନର ସ୍ଵପ୍ନ ପୁରଣ ହେଉଥିବା ରୁ ସ୍ତାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ କୁ ଧନ୍ଯବାଦ୍ ଜଣାଇଛନ୍ତି I

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସାଦ ମହେଶ୍ ସାହୁ, ରେଙ୍ଗାଲି ବାମ କେନାଲ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଗଗନ ବିହାରୀ ଦାଶ, ଆଡିସିନାଲ ଇଞ୍ଜିନିୟର ଅନୁଗୁଳ ସେକ୍ସନ୍ ବିପିନ୍ କୁମାର ସାହୁ, ଏସଡିଓ କାମାକ୍ଷନଗର ଶରତ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସରପଞ୍ଚ ପ୍ରବୋଧ କୁମାର ଦାଶ, ସମିତି ସଭ୍ଯ ମମତା ମହାନ୍ତି ସମେତ ଅଞ୍ଚଳର ବୁଦ୍ଧିଜିବୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.

seventeen + 4 =