ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ସମୟରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ :୧୦୩ ୟୁନିଟ୍ ରକ୍ତ ସଂଗୃହୀତ !
ଢେଙ୍କାନାଳ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଯୋଗୁଁ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବା ସମୟରେ, ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍.କେ. ରେଜେନ୍ସୀ ସମ୍ମିଳନୀ କକ୍ଷରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ମୋଟ୍ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଉକ୍ତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । “ରକ୍ତଦାନ ଜୀବନ ଦାନ ଓ କେ ପୂଣ୍ୟକର୍ମ, ରକ୍ତର କୌଣସି ବିକଳ୍ପ ନାହିଁ । ଜଣେ ସୁସ୍ଥ ବ୍ୟକ୍ତି ହିଁ ରକ୍ତଦାନ କରି ଆଉ ଜଣଙ୍କର ଜୀବନ ବଂଚାଇ ପାରିବ ।
ଢେଙ୍କାନାଳ ଜିଲ୍ଲାରେ ରକ୍ତ ସଂକଟ ସମୟରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏହି ମହତ୍କାର୍ଯ୍ୟ ପାଇଁ ଆଗେଇ ଆସିଥିବାରୁ ସେ କର୍ମକର୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ରକ୍ତଦାତା ଓ ଅନୁପ୍ରେରକ ସଂଘ ସଭାପତି ବିରଂଚି ନାରାୟଣ ପାଣି, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟନାରାୟଣ ପାଢୀ ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉପଦେଷ୍ଟା ଶରତ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଇନର୍ହୁଇଲ୍ କ୍ଲବ୍, ଢେଙ୍କାନାଳ ମାରୱାଡି ଯୁବମଂଚ, ରାଇଜିଂ ଷ୍ଟାର୍ କ୍ଲବ୍, ଇନର୍ ହୁଇଲ୍ କ୍ଲବ୍, କପିଳାସ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ କର୍ମଚାରୀ ଓ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଉତ୍ସାହର ସହ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସ୍ମୃତିର ସ୍ମାରକୀ ପ୍ରଦାନ କରାଯାଇଥିଲା ।
ଉକ୍ତ ରକ୍ତଦାନ ଶିବିରକୁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟକାରିମୀ ସଦସ୍ୟ ବିମଳ ପୋଦାର, ଗୋବିନ୍ଦ ସେନାପତି, ସୁରେଶ ବର୍ମା, ରାଜକିଶୋର ବେହେରା, ମହେଶ ପ୍ରସାଦ ଅଗ୍ରୱାଲ, ବିନୋଦ ଅଗ୍ରୱାଲ, ଶିବ ପ୍ରସାଦ ପଣ୍ଡା, ନିରଦାନନ୍ଦ ନନ୍ଦ, କୋଲନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ଦେବତା, ପ୍ରଣବାନନ୍ଦ ଦାସ, ଦୁଷ୍ମନ୍ତ ରାଉତ, ମହମ୍ମଦ ସମୀର, ପ୍ରମୋଦ ମହାପାତ୍ର, ସଂଗ୍ରାମ ବିଶ୍ୱାଳ, ଟିଙ୍କୁ ଅଗ୍ରୱାଲ ଓ ଫିରୋଜ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ରକ୍ତ ଭଣ୍ଡାର ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ଭୀମସେନ ବେହେରା, ବରୁଣ, ଅଜୟ ପ୍ରମୁଖ ଉକ୍ତ ସଂଗ୍ରହ ଓ ବର୍ଗୀକରଣରେ ସହଯୋଗ କରିଥିଲେ ।