ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ମହାସଂଘ ସମ୍ପାଦିକା ଦୁବାଇ ଯାତ୍ରା ସୁଯୋଗ : ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମ୍ବର୍ଦ୍ଧନା ସଭା !

ଢ଼େଙ୍କାନାଳ : ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ମହାସଂଘ, ଢେଙ୍କାନାଳର ସମ୍ପାଦିକା  ନିର୍ମଳା ସାହୁ ମଇ ୧୫ ରେ ଦୁବାଇ ପାଇଁ ଚଳାଚଳ କରିବାକୁ ଥିବା ରାଜ୍ୟର ପ୍ରଥମ ବିମାନ ରେ ମିଶନ ଶକ୍ତି ତରଫରୁ ଯାତ୍ରା କରିବାର ସୁଯୋଗ ପାଇଛନ୍ତି ।

ତାଙ୍କ ସମ୍ବର୍ଧନା ଉପଲକ୍ଷେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସଦଭାବନା ସଭାଗୃହ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଏଡିଏମ(ଜେନେରାଲ), ଏଡିଏମ( ରେଭିନିଉ), ଉପଜିଲ୍ଲାପାଳ ଢେଙ୍କାନାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗନ୍ଦିଆ, ବ୍ଲକ ,ଡିଏସଡବ୍ଲୁଓ ଆଇ/ସି ,ଡିପିସି ମିଶନ ଶକ୍ତିର , ଢେଙ୍କାନାଳ ଜିଲ୍ଲାର ସମସ୍ତ ମିଶନ ଶକ୍ତି ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲା  ଓ ବ୍ଲକ ସ୍ତରୀୟ ମହାସଂଘର ନେତ୍ରୀମାନେ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମହୋଦୟ ତାଙ୍କ ଅଭିଭାଷଣରେ ଢେଙ୍କାନାଳ ଜିଲ୍ଲାରେ ମିଶନ ଶକ୍ତିର କାର୍ଯ୍ୟକ୍ରମ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ଓ ଉପସ୍ଥିତ ଥିବା ମହିଳା ଶକ୍ତି ର ସଦସ୍ୟା ମାନଙ୍କୁ ସେମାନଙ୍କର ଉତ୍ତରୋତ୍ତର ଉର୍ନତି ପାଇଁ ଅନେକ ଉତ୍ସାହିତ କରିଥିଲେ। ଉକ୍ତ ସଭାରେ ନିର୍ମଳା ସାହୁ ମିଶନ ଶକ୍ତିରେ ତାଙ୍କ ନିଜ ୨୦ ବର୍ଷର ଅଭିଜ୍ଞତାକୁ  ବର୍ଣ୍ଣନା କରିଥିଲେ ଓ ଗନ୍ଦିଆରୁ ଦୁବାଇ ପର୍ଯନ୍ତ ସୁଦୂର ଯାତ୍ରା ବିଷୟରେ ଆଲୋକପାତ କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ମିଳୁଥିବା ସୁଯୋଗ ବିଷୟରେ ମଧ୍ୟ ଆଲୋଚନା  କରିବା ସହ ଭାବବିହ୍ଵଳ ହୋଇ   “ ମାନ୍ୟବର ମୁଖ୍ୟମନ୍ତ୍ରୀ, ମିଶନଶକ୍ତି ସଚିବ, ଜିଲ୍ଲାପାଳ ଢେଙ୍କାନାଳ  ଏବଂ ଢେଙ୍କାନାଳ ଜିଲ୍ଲା ମିଶନ ଶକ୍ତି ସମସ୍ତ ସଦସ୍ୟା  ମାନଙ୍କୁ”,   ଏହି ଅବିସ୍ମରଣୀୟ ସୁଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × four =