‘ବୈଶାଖୀ ମହୋତ୍ସବ’ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଯାପିତ !

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଗୁଡ୍ ନାଇଟ୍ କ୍ଲବ’ ପକ୍ଷରୁ ସନ୍ଧ୍ୟାରେ ଅନୁଷ୍ଠିତ ‘ବୈଶାଖୀ ମହୋତ୍ସବ’ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି ।

ଉଦଯାପନୀ ସନ୍ଧ୍ୟାରେ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ , ମୁଖ୍ୟବକ୍ତା ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର,
ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର, ବିଶିଷ୍ଟ ଶିଳ୍ପଦ୍ୱୋଗୀ ପଙ୍କଜ ଲୋଚନ ମହାନ୍ତି, ଗଙ୍ଗାଧର ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ଜୋନ-୍‌ ୧ ଏସିପି ମାନସ ରଞ୍ଜନ ଗଡ଼ନାୟକ, ଯୁବରାଜ ଅମର ଜ୍ୟୋତି ସିଂଦେଓଙ୍କୁ ‘ ବୈଶାଖୀ ସମ୍ମାନ’, ଶିକ୍ଷାବିତ୍ ଅଟଳ ବିହାରୀ ଦାସଙ୍କୁ ‘ଡ. ବିଧାନ ଚନ୍ଦ୍ର ସ୍ମୃତି ସମ୍ମାନ’, ଯୁବ ଗଣମାଧ୍ୟମ ପ୍ରତିନିଧି ବିନୋଦ ମହାନ୍ତି, ସାମାଜିକ କର୍ମୀ ଶୁଭେନ୍ଦୁ କୁମାର ଦାସ, ସାରଦା ପ୍ରସନ୍ନ ହୋତା, ମନୋରଞ୍ଜନ ମହାନ୍ତିଙ୍କୁ ‘ବୈଶାଖୀ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପୂର୍ବତନ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ‘ସ୍ୱାଧୀନତା ସଂଗ୍ରାମୀ ରାଜମୋହନ ଦାସ ସମ୍ମାନ’ରେ ସମ୍ମାନିତ ହୋଇଥିଲେ ।

ଅନୁଷ୍ଠାନର ସଭାପତି ସୁକାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଆବାହକ ସତ୍ୟସ୍ୱରୂପ ଦାସ ଆଗାମୀ ଦିନରେ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର
ସ୍ୱାଗତ ଭାଷଣ ଦେଇଥିବାବେଳେ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶଳ୍ପୀ ବିଶ୍ୱମୋହନ କବି, ସିମରନ୍ ଦାସ, ଅଂଶୁମାନ ଭରଦ୍ୱାଜ ପ୍ରମୁଖ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ । ଅଥୟ କୁମାର ସାହୁ, ଗଙ୍ଗାଧର ରାଉତ, ନାରାୟଣ ପଟ୍ଟନାୟକ, ମନୋହର ଶତପଥୀ, ଶ୍ରୀନବାସି ଦାସ, ନୃସିଂହ ଚରଣ ବେହେରା, ଲକ୍ଷ୍ମୀକନ୍ତସାହୁ ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × one =