ଢେଙ୍କାନାଳ ଜିଲ୍ଲାରେ‘୫-ଟି’ ୩୫ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଲୋକାର୍ପିତ !

ଢେଙ୍କାନାଳ : ଜିଲ୍ଲାରେ ‘୫-ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ନୂଆରୂପ ପାଇଥିବା ୩୫ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଛି ।

ଏ ନେଇ ସଦର ବ୍ଲକ ସିଆରିଆ ସ୍ଥିତ ଭଗବାନ ବିଦ୍ୟାମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଥିଲେ । ଭଲ ପାଠ ପଢ଼ିବା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରି ମା’ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରବାରି ସୁଯୋଗ ପାଇଥିଲେ ଭଗବାନ ବିଦ୍ୟାମନ୍ଦିରର ଛାତ୍ରୀ ଭାଗ୍ୟଶ୍ରୀ ବେହେରା । ସ୍କୁଲ ରୂପାନ୍ତରଣ ପରେ ଉତମ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇଛି । ଏହା ପିଲାଙ୍କ ସାମଗ୍ରିକ ବିକାଶରେ ସହାୟକ ହଟାଇପାରିବ । ଏଥିସହ ଭବିଷ୍ୟତରେ ଜଣେ ଭଲ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ଭାଗ୍ୟଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।

ଲୋକାର୍ପିତ ହୋଇଥିବା ରୂପାନ୍ତରଣ ହାଇସ୍କୁଲ ମଧ୍ୟରେ ଭୁବନ ବ୍ଲକର ୩, ଢେଙ୍କାନାଳ ସଦର ବ୍ଲକର ୯, ଗଁଦିଆର ୬, କାମାକ୍ଷାନଗରର ୩, ଓଡ଼ାପଡ଼ାର ୫, ପରଜଙ୍ଗର ୧ ଏବଂ ହିନ୍ଦୋଳ ବ୍ଲକର ୮ଟି ଅନ୍ତର୍ଭୁକ୍ତ । ଏଥିପୂର୍ବରୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୧, ଦ୍ୱିତୀୟ ପର୍ଯ୍ୟାୟରେ ୧୦୫ ସ୍କୁଲକୁ ୫-ଟିରେ ଅନ୍ତଭୁର୍କ୍ତ କରାଯାଇ ରୂପାନ୍ତରଣ କରାଯାଇଥିଲା । ଡିସେମ୍ବର ସୁଦ୍ଧା ଅବଶିଷ୍ଟ ୬୬ଟିହାଇସ୍କୁଲ ଏହି ପ୍ରକ୍ରିୟାରେ ସାମିଲ ହେବ ବୋଲି ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମ ଅବନୀ ମିଶ୍ର ସଞ୍ଚାଳନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପଦସ୍ଥ ଅଧିକାରୀ , ବିଭିନ୍ନ ପଂଚାୟତର ଜନପ୍ରତିନିଧି, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ, ପରିଚାଳନା କମିଟି କର୍ମକର୍ତ୍ତା, ରୂପାନ୍ତରଣ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.

9 − two =