“ ଜଗବନ୍ଧୁ ଜରାଶ୍ରମ” ତରଫରୁ ଶତାଧିକ ଗରିବ , ଅସହାୟ ଙ୍କୁ କମ୍ବଳ ବଣ୍ଟନ !

ଢ଼େଙ୍କାନାଳ : ଭୁବନ ର ଅଗ୍ରଣୀ ତଥା ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜଗବନ୍ଧୁ ଜରାଶ୍ରମ” ତରଫରୁ ଶତାଧିକ ଗରିବ , ଅସହାୟ ଓ ଭିନ୍ନକ୍ଷମ ଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।

ଅନୁଷ୍ଠାନର ସମ୍ପାଦକ ଯୁବ ସମାଜସେବୀ ଆଶୁତୋଷ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୪ ନମ୍ବର ୱାର୍ଡ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ nରେ ତହସିଲଦାର ଡ.ରୋଜାଲିନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି ସେବା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଭୁବନ ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା , କୃଷକ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି , ୪ ନମ୍ବର ୱାର୍ଡ କାଉନସିଲର ସୁଚିତ୍ରା ସାହୁ , ପୂର୍ବତନ କାଉନସିଲର ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶତାଧିକ ଗରିବ , ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

ଗତ ମାସାଧିକ କାଳ ହେଲା ବିଭିନ୍ନ ସ୍ଥାନରେ ଏହି ସେବା ଚାଲୁ ରହିଛି ଏବଂ ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାର ପ୍ରତି ବ୍ଲକରେ ସେବା କାର୍ଯ୍ୟ ଜାରିରହିବ ବୋଲି ସମ୍ପାଦକ ଆଶୁତୋଷ ମିଶ୍ର ସୂଚନା ଦେଇଥିଲେ ।

Leave A Reply

Your email address will not be published.

8 − 3 =