ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ଲେଖକ ସଂସଦର ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ଉତ୍ସବ !


ଢେଙ୍କାନାଳ : ଜିଲ୍ଲା ଲେଖକ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ଫକୀର ମୋହନ ସ୍ମୃତି ସଂସଦ ଓ ଜିଲ୍ଲା ଲାଇପ୍ରେରୀ ଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ବ୍ୟାସକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଫକୀର ମୋହନ ସ୍ମୃତି ସଂସଦର ନବୀକରଣ ଓ ଫକୀର ମୋହନଙ୍କର ଏକ ପ୍ରତିମୂର୍ତି ନୂତନ ଗୃହ କରାଯିବା ନିମନ୍ତେ କହିଥିଲେ । ଫକୀର ମୋହନଙ୍କ ଫଟୋଚିତ୍ର ରେ ଜିଲ୍ଲା ସଂସ୍କୃତି ଅଧିକାରୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଲେଖକ ସଂସଦ ସଭାପତି,ସଂପାଦକଙ୍କ ସମେତ ଉପସ୍ଥିତ ସଦସ୍ୟସଦସ୍ୟମାନେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ଲେଖକ ସଂସଦ, ଶାଣ୍ଡିଲ୍ୟ ବସନ୍ତ ଭବନ ଠାରେ କବିତା ପାଠୋତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବିପିନ ବିହାରୀ ଶତପଥୀଙ୍କ ସଭାପତିତ୍ୱ ଓ ଉପମା ସାମଲଙ୍କ ସଂଯୋଜନାରେ ୪୬ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ପୂର୍ବାହ୍ନ ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ରୂପେ କଳ୍ପନାମୟୀ ଦାସ ଯୋଗଦାନ କରି ସଂଗଠନର ଦୃଢତା ଓ ଅଖଣ୍‌ଡତାକୁ ବଜାୟ ରଖିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଅନ୍ଧବିଶାସ ପୂର୍ଣ୍ଣ ସମାଜର ପରିବର୍ତନ ନିମନ୍ତେ ଫକୀର ମୋହନଙ୍କ କ୍ଷୁଦ୍ରଗଳ୍ପ ସମାଜର ଏକ ମାଇଲ୍‌ଖୁଂଟ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସାରଙ୍ଗଧର ମିଶ୍ର ଫକୀର ମୋହନଙ୍କ ଗଳ୍ପ ଓଡିଆ ସାହିତ୍ୟର ନବଜାଗରଣ ଆଣିଦେଇଥିଲା ।

ଯେତେଥର ଆମେ ଗଳ୍ପକୁ ରୋମନ୍ଥନ କରିବା ସେତେ ନୂତନତ୍ୱ ପାଇବା, ସମ୍ମାନୀୟ ବକ୍ତା ପ୍ରଫୁଲ୍ଲ କୁମାର ପାଣି କହିଥିଲେ ଯେ, ଫକୀର ମୋହନ ବାଲ୍ୟକାଳର ନିର୍ଦ୍ଦନ, ପିତୃହୀନ ଓ ଅତ୍ୟାଚାରିତ ହେଲେ ସୁର୍ଦ୍ଧା ବିଚକ୍ଷଣ ପ୍ରତିଭା ଯୋଗୁ ନିଜର ଚେଷ୍ଟା, ନିଷ୍ଠା ଓ ପ୍ରଚେଷ୍ଠା ଫଳରେ ୬ଟି ଭାଷାକୁ କରାୟତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଡଃ ଭବାନୀ ଶଙ୍କର ମିଶ୍ର ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଯେ ଦୁଃଖ, ହାସ୍ୟ ଓ ବ୍ୟଙ୍ଗ ରଚନା ଦ୍ୱାରା ଫକୀର ମୋହନ ଜାତୀୟତାବାଦୀ ସାହିତ୍ୟ ରଚନା କରିଥିଲେ । ଏକାଧାରାରେ ସେ ଥିଲେ ଜଣେ ଲେଖକ, ପ୍ରକାଶକ, ମୁଦ୍ରାକାର, ବିତରକ, ପ୍ରଶାସକ, ଭାଷା ଆନ୍ଦୋଳନର ସେ ଥିଲେ ମୁଖ୍ୟ ପୁରୋଧା ।

ସଭାପତି ବସନ୍ତ କୁମାର ପଟ୍ଟନାୟକ କହିଲେ ଯେ, – ପୂଜ୍ୟ ପୂଜା କାର୍ଯ୍ୟକ୍ରମ ହେବା ସମାଜ ପାଇଁ ଏକ ଆହ୍ୱାନ । ପାଠକ ପାଠିକାମାନେ ଫକୀର ମୋହନ ଗ୍ରନ୍ଥାବଳୀକୁ ଅଧ୍ୟୟନ କରି ସମାଜ ପରିବର୍ତନ ଦିଗରେ ସହାୟକ ହେବା ବାଞ୍ଛନୀୟ ।ଉକ୍ତ କାର୍ଯ୍ୟକ୍ରମକୁ ଲେଖକ ସଂସଦର ସମ୍ପାଦକ ହୃଦାନନ୍ଦ ଦ୍ୱିବେଦୀ ସଂଚାଳନ କରିଥିଲେ ଓ ଦିପ୍ତୀମୟୀଲେଙ୍କା ଧନ୍ୟବାଦ ଦେଇଥିଲେ । ଅଞ୍ଜନ କୁମାର ସାହୁ, ପ୍ରଭାତୀ ମହାପାତ୍ର, ଉପେନ୍ଦ୍ର ରାଉତ, ବୈକୁଣ୍ଠ ବିହାରୀ ସ୍ୱାଇଁ, ଗଣେଶ ମିଶ୍ର ,ହୃଦାୟାନନ୍ଦ ମହାନ୍ତି , ମମତା ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

three + twenty =