ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ !

ଢେଙ୍କାନାଳ  : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରଛି ।

ସନ୍ଧ୍ୟା ୬ ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ ଦୁଇ ଏକର ଜମିରେ ଚାଷୀ ସୁକାନ୍ତି ଭୂୟାଁ ,ମୁରଲୀଧର ଭୂୟାଁ, ରବି ନାୟକ ପରିବା କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି ବିନ୍ସ, କଖାରୁ ଫସଲ ନଷ୍ଟ କରିଛନ୍ତି ।

ବିଳମ୍ବିତ ରାତିରେ ମହୁଲଖୋଳି ଗ୍ରାମରେ ଚାଷୀ ଶ୍ରୀକାନ୍ତ ଗୋଛାୟତଙ୍କ  ଘରୁ ଅଖା ବସ୍ତା ରେ ରଖୀଥିବା ଧାନ ଖାଇଥିବାର ଜଣା ପଡିଛି l ଚାଷୀ ଗୋଲଖ ବିହାରୀ ବେହେରାଙ୍କ ଲଗାଇ ଥିବା ଏକ ଏକର ଆଳୁ ପଶି ଖୁଦି ନଷ୍ଟ କରିଛନ୍ତି l ଆଜି ସକାଳେ ଏ ସମ୍ପର୍କରେ ଜାଣିବାପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୃବରୁ ହାତୀ ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି l   ତୁରନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ହାତୀକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି  l

Leave A Reply

Your email address will not be published.

twenty − 8 =