କେନ୍ଦ୍ରଗୃହ ମନ୍ତ୍ରାଳୟର ସର୍ଭେରେ ଆସିକା ଥାନା ସର୍ବଭାତୀୟ ସ୍ଥରରେ ପ୍ରଥମ ସ୍ଥାନ : ଢ଼େଙ୍କାନାଳ ମାଟିର ପୁଅ ତଥା ଥାନାଧିକାରୀ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିମନ୍ତ୍ରଣ !

ଢ଼େଙ୍କାନାଳ : କେନ୍ଦ୍ରଗୃହ ମନ୍ତ୍ରାଳୟର ହୋଇଥିବା ସର୍ଭେରେ ଆସିକା ଥାନା ସର୍ବଭାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡ଼ିଶା ପୋଲିସ ଇତିହାସ ରେ ଓଡ଼ିଶାରୁ ପ୍ରଥମ ଥର ପାଇଁ କୌଣସ ଏକ ଥାନା ଏହି ସଫଳତା ପାଇଛି । ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା,ତ୍ୱରିତ କାର୍ଯ୍ୟାନୁଷ୍ଠାନ, ବ୍ୟବହାର, ପ୍ରତିବଦ୍ଧତା,ଦଣ୍ଡବିଧାନ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା, ପରିବର୍ତ୍ତନ ଏବଂ ସମୟ ସୀମା ମଧ୍ୟ ରେ କାର୍ଯ୍ୟ ଶେଷ କରିବା ଇତ୍ୟାଦି ୧୬୬ (ଏକଶତ ପଞ୍ଚଷଠି) ପଏଣ୍ଟ ଉପରେ ସର୍ଭେ ହୋଇଥିବା ବିଷୟରେ ଜଣାଇଛନ୍ତି ଗଁଦିଆ ମାଟି ର ପୁଅ ତଥା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିମନ୍ତ୍ରଣ ମିଳିଛି । ଦେଶ ରୁ ସର୍ବୋତ୍କୃଷ୍ଟ ୩ ଥାନା ରେ ଗଣତି ହେଉଥିବା ଆସ୍କା ଥାନାଧିକାରୀ ଦିଲ୍ଲୀ ର ଜାତୀୟ କୃଷି ବିଜ୍ଞାନ ପ୍ରଦର୍ଶନୀ ଅବସରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସାନମାନିତା ହେବେ ଜାନୁଆରୀ ୨୦ତାରିଖରେ । ପରିବାର ପକ୍ଷରୁ ପୁଅର ସଫଳତା ରେ ବେଶ ଖୁସି ଅଛନ୍ତି ମା । ଗଁଦିଆ ଥିଙ୍କର୍ସ ଫୋରମ ଓ ଭୁବନ ତୃପ୍ତି ପାଠାଗାର ପକ୍ଷରୁ ଏହି ଖବର ପାଇଁ ବାପା ମା ଙ୍କୁ ଗଁଦିଆ ବାସଭବନ ଠାରେ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.

six + eighteen =