ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ !

ଢେଙ୍କାନାଳ : ସଦର ମହକୁମାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଏହିଦିବସ ପାଳନ କରାଯାଇଥିଲା।

ଏହି ଉପଲକ୍ଷେ ସହରସ୍ଥିତ ଗୁଡିଆନାଳୀ କଲ୍ୟାଣ ମଣ୍ଡପଠାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ
ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ପ୍ରାୟ ୨୨୦ ଜଣ ବରିଷ୍ଠ ନାଗରିକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ନେଇଥିଲେ। ଜିଲ୍ଲପାଳ ସରୋଜ କୁମାର ସେଠୀ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ମେଗା ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ବରିଷ୍ଠ ମହିଳା ଓ ପୁରୁଷମାନଙ୍କ ସହିତ ଜିଲ୍ଲପାଳ ଭାବ ବିନିମୟ କରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଶିବିରରେ ହୃଦ୍‌ରୋଗ, କର୍ଣ୍ଣ , ନାସା, ଗଳା, ଅସ୍ଥିଶଲ୍ୟ , ଚକ୍ଷୁ ଓ ଦନ୍ତରୋଗ, ରକ୍ତ ପରୀକ୍ଷା ଓ ରକ୍ତଚାପ ଆଦି ମପାଯାଇ ଔଷଧ ବିତରଣ କରା ଯାଇଥିଲା। ଶିବିରରେ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ପୌର ନିର୍ବାହୀଅଧିକାରୀ ଅତନୁ କୁମାର ସାମନ୍ତ, ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତା ଦୀପ୍ତିଶ କୁମାର ପଟ୍ଟନାୟକ, ବିଶ୍ୱନାଥ ବେହେରା, ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.

seventeen − 14 =