ଢେଙ୍କାନାଳ ପୌର ସଂସ୍ଥା ପକ୍ଷରୁ ସନ୍ଧ୍ୟାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ !

ଢ଼େଙ୍କାନାଳ : ଢେଙ୍କାନାଳ ପୌର ସଂସ୍ଥା ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।

ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଇନ୍ଦ୍ରମଣି ବେହେରା, ମୋନିକା ଶର୍ମା, ସୁଧାଂଶୁ ଦଳେଇ, ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର ପ୍ରମୁଖ ଯୋଗଦେଇ ପୌରାଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା , ପ୍ରସ୍ତାବିତ ସ୍ୱରେଜ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥସହିତ ଡ୍ରେନେଜ ‌ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବା , ସମସ୍ତଙ୍କ ସହଯୋଗରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଢେଙ୍କାନାଳରେ ମେଡିକାଲ କଲେଜ ଖୋଲିବା ପାଇଁଉଦ୍ୟମ ଜାରି
ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଅବସରରେ ସ୍ୱଚ୍ଛଭାରତ ଅଭିଯାନ ଆମ୍ବାସାଡର ଭାବେ ମନୋନୀତ ବିଶ୍ୱନାଥ ବେହେରା, ବିରଞ୍ଚିନାରାୟଣ ପାଣି, ଟଙ୍କଧର ବେହେରା, ସାଗରିକା ମିଶ୍ର, ଭାବଗ୍ରାହୀ ପଣ୍ଡା, ସତ୍ୟସ୍ୱରୂପ ଦାସ, ରାଜ କିଶୋର ବେହେରା, ବିମଳ ପୋଦ୍ଦାରଙ୍କ ସମେତ ପୌର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିସହିତ ସ୍ୱଚ୍ଛତା ବଜାୟି ରଖିବା ପାଇଁ ଶପଥ ପାଠ କରାଯାଇଥିଲା। ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ଅତନୁକୁମାର ସାମନ୍ତ ପୌରସଂସ୍ଥା ପକ୍ଷରୁ ଗ୍ରହଣ
କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପୌରଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

5 × 2 =