ଢ଼େଙ୍କାନାଳ : କାମାକ୍ଷାନଗର ଉପଜିଲାପାଳଙ୍କ ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ଉପଖଣ୍ଡ ଅଧୀନ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ସମସ୍ୟା ବୁଝିଥିଲେ। ମୋଟ ୧୧୨ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। କେତେକ ସମସ୍ୟାର ତ୍ୱରିତ ସମାଧାନ କରାଯାଇଛି। ଅନ୍ୟ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଏସ୍ପିଏଲ. ଦିବ୍ୟା ଭି., ଜିଲ୍ଲ ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରଓାନ୍ୱ , କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବିଡିଓ ବିକାଶ କୁମାର ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।