ନିୟମିତ ଦରମା ଓ ବାର୍ଷିକ ବୃଦ୍ଧି ପ୍ରଦାନ ଦାବୀରେ ସମୂହ ଛୁଟିରେ ଗଲେ ଆତ୍ମା କର୍ମଚାରୀ !

ଢେଙ୍କାନାଳ : ଆତ୍ମା କାର୍ଯ୍ୟାଳୟର କର୍ମଚାରୀଙ୍କୁ ନିୟମିତ ଦରମା ଓ ବାର୍ଷିକ ବୃଦ୍ଧି ପ୍ରଦାନ ଦାବୀରେ ସୋମାବାର ଠାରୁ ସମୂହ ଛୁଟିରେ କର୍ମଚାରୀମାନେ ରହିଛନ୍ତି ବୋଲି  ସୂଚନା ମିଳିଛି ।

  ଏ ନେଇ  ସୋମବାର ଦିନ ‘ଆତ୍ମା’ର ନିର୍ଦ୍ଦେଶକ ରାଜ୍ୟ ନୋଡାଲ ଅଧିକାରୀ , କୃଷି ସଚିବଙ୍କ ଉଦେସ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ‘ଆତ୍ମା’ ଢେଙ୍କାନାଳଙ୍କୁ କର୍ମଚାରୀମାନେ ଦାବୀପତ୍ର ପ୍ରଦାନ କରାଯାଇଛି । ସମସ୍ତ କର୍ମଚାରୀ ସୋମବାର ଠାରୁ ସମୂହ ଛୁଟିରେ ରହିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ କାଲି ଠାରୁ ସମସ୍ତ କର୍ମଚାରୀ ସମୁହ ଛୁଟିରେ ରହିଛନ୍ତି ।

  ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଳକରେ କାର୍ଯ୍ୟରତ ୩୨ ଜଣ କର୍ମଚାରୀ ୫ ମାସ ଧରି ଦରମା ପ୍ରଦାନ କରାଯାଇନଥିବାରୁ ପରିବାର ପ୍ରତିପୋଷଣ ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟାଳୟ ଯିବା ଆସିବା ପାଇଁ ମଧ୍ୟ ବହୁତ ଅସୁବିଧା ହେଉଅଛି ।

  କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ଯଥା-ପିଏମ କିଷାନ ,କାଳିଆ ଯୋଜନା,ବଳରାମ ଯୋଜନା, ପ୍ରଧାନ ମନ୍ତୀ ଫସଲ ବୀମା,ମୁର୍ତିକା ସ୍ୱାସ୍ଥ୍ୟ କାର୍ଡ, କୃଷି ଓଡିଶା ଡାଟା ବେସ ଓ ଇ-ପେଷ୍ଟ ପ୍ରଣାଳୀ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ ନିୟମିତ ଭାବରେ ଦରମା ନପାଇ ସମସ୍ତ ‘ଆତ୍ମା’କର୍ମଚାରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ କର୍ମଚାରୀମାନେ ନିୟମିତ ପ୍ରତି ମାସରେ ଦରମା ପ୍ରଦାନ କରାଯିବାକୁ ଦାବୀ ରଖିଥିବା ବେଳେ  ୨୦୧୮ରୁ ନୂତନ ବାର୍ଷିକ ବୃଦ୍ଧି କରିବା ସହ ତାହା ତୁରନ୍ତ ପ୍ରଦାନ କରିବାକୁ ସେମାନେ ଦାବୀ କରିଛନ୍ତି ।

   ଏ ନେଇ ସରକାର କର୍ମଚାରୀମାନଙ୍କ ଦାବୀପତ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ କର୍ମଚାରୀମାନେ ଆଶା
ରଖିଛନ୍ତି ।

Leave A Reply

Your email address will not be published.

four × four =