ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି?

ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ର୍ନିଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର ଯଥେଷ୍ଟ ଅଧିକ

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି?

ଭୁବନେଶ୍ୱର: ଓଡ଼ିଶାରୁ ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ । କାରଣ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରେ ସ୍ୱାଭାବିକ ଅବସ୍ଥାକୁ ନେଇ ସାରା ବିଶ୍ୱ ସନ୍ଦିହାନ ଥିବା ବେଳେ ଏମାନଙ୍କ ପାଠପଢ଼ାକୁ ନେଇ ବଢ଼ିଛି ଅନିଶ୍ଚିତତା ।

ସୂଚନା ଅନୁସାରେ, ବିଦେଶରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୟୁକ୍ରେନରେ ପଢୁଛନ୍ତି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ । ତା’ ଭିତରୁ ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ର୍ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କି;ୁ ଯଥେଷ୍ଟ ଅଧିକ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଭାରତ ଛାଡ଼ି ବିଦେଶ ବିଶେଷ କରି ୟୁକ୍ରେନ୍‌ ଭଳି ଦେଶକୁ ମେଡିକାଲ ପାଠ ପଢ଼ିବାକୁ କାହିଁକି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସୁଅ ଛୁଟୁଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମ ଦେଶରେ ମେଡିକାଲ ପାଠ ପ୍ରତି ପିଲାଙ୍କ ଚାହିଦା ଅନୁସାରେ ସିଟର ବ୍ୟବସ୍ଥା ନାହିଁ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରୁ ଉତ୍ତୀର୍ଣ୍ଣ କରୁଥିବା ପିଲାଙ୍କ ମଧ୍ୟରୁ ୧ ଲକ୍ଷ ପିଲାଙ୍କ ପାଇଁ ଆଡମିଶନର ବ୍ୟବସ୍ଥା ଥିବା ବେଳେ ନିଟ୍‌ ଆବେଦନକାରୀ ସଂଖ୍ୟା ୩୦ ଲକ୍ଷରୁ ଅଧିକ 

Leave A Reply

Your email address will not be published.

two × five =