ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରିକୁ ସ୍ଥାୟୀ ବେତନ ବୃଦ୍ଧି ତଥା ଦିନିକିଆ ଛଟେଇ ବନ୍ଦ ସମ୍ବନ୍ଧେ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ !

ଢେଙ୍କାନାଳ  :  ଜିଲ୍ଲାର ୫୯  ଜଣ ଭିନ୍ନକ୍ଷମ ଓଡିଶା ସରକାର ଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ (ପିଏଚଆଇଭି) ତଥା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ୧୧ ବର୍ଷ ହେବ ନିରବଚ୍ଛିନ ଭାବେ କାର୍ଯ୍ୟ କରିଆସୁଛୁ ।

ହେଲେ  ବର୍ତ୍ତମାନ ସୁଦ୍ଧା ଚାକିରୀରେ ନିୟମିତ କରାଯାଉ ନଥିବା ବେଳେ ମାସିକ ବେତନ ୪୭୬୦ ଟଙ୍କା ପାରିତୋଷିକ ଦିଆଯାଉଛି । ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ୬ ବର୍ଷରେ ନିୟମିତ କରିବା ପରିବର୍ତେ  ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ  ୧ ଦିନ  ଛଟେଇ କରି ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ନିୟମିତରୁ ବଞ୍ଚିତ କରୁଥିବାର ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

   ମାସିକ ବେତନ ୪୭୬୦ ଟଙ୍କା  ପ୍ରତିମାସରେ ଦେବା ପରିବର୍ତ୍ତେ ୬ ମାସରେ ଥରେ ବେତନ ପ୍ରଦାନ କରାଯାଉଥିବା ଯୋଗୁ  ପରିବାର ପ୍ରତିପୋଷଣ କରିିବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଥିବା ବେଳେ ସେମାନଙ୍କର ପାରିତୋଷିକ ଦିନ ମଜୁରିଆଙ୍କ ଠାରୁ ଢେର କମ ବୋଲି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । 

  ଏଣୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀମାନେ ଦାବୀପତ୍ର ଜରିଆରେ  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି  ଚାକିରୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିୟମିତ କରାଯାଉ, ସରକାରୀ ନିୟମ ଅନୁଯାୟୀ ଦରମା ବୃଦ୍ଧି କରାଯାଉ, ପ୍ରତିବର୍ଷର ୧ ଦିନ ଛଟେଇକୁ ଉଚ୍ଛେଦ କରାଯିବା ସହ ଚାକିରୀର ସର୍ତାବଳୀ ଅନୁଯାୟୀ ସ୍ଥାୟୀ ଓ ନିୟମିତ କରିବା,ଦରମା ବୃଦ୍ଧି କରିବା ତଥା ଛଟେଇ ଉଚ୍ଛେଦ କରାଗଲେ ଆମେ ସମସ୍ତ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ତଥା ଆମ୍ଭ ପରିବାର ଉପକୃତ ହୋଇପାରିବେ ବୋଲି ଦାବୀ
କରିଛନ୍ତି ।

Leave A Reply

Your email address will not be published.

5 × four =