ଢ଼େଙ୍କାନାଳ : ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଭୀମ ଭୋଇ ସାମର୍ଥ୍ୟ ଅନୁଷ୍ଠିତ ହୋଇଯାଇଛି I
ରାଜ୍ଯସରକାର ତରଫରୁ ଭିନ୍ନକ୍ଷମମାନଙ୍କ ମାନୁଆଲ ସାର୍ଟିଫିକେଟ୍ ୩୧ ଅଗଷ୍ଟ ପରେ ଗ୍ରହଣୀୟ ନଥିବା ସୂଚନା ପରେ ନୂତନ ସାର୍ଟିଫିକେଟ୍ ପାଇଁ ପଞ୍ଜୀକରଣ କରିଥିଲେ I ଶିବିରରେ ବ୍ଲକ୍ ଓ ଏନ୍ ଏ ସି ଅଞ୍ଚଳରୁ ଆସିଥିବା ଶିଶୁ ବିଭାଗ, ମେଡିସିନ, ଶ୍ରବଣ ବାଧିତା, ମାନସିକ ଅଗ୍ରସର, ଦୃଷ୍ଟି ବାଧିତା, ଅସ୍ଥିସଲ୍ୟ ଡକ୍ଟର ବିଶେଷଜ୍ଞ ଦ୍ଵାରା ପରୀକ୍ଷ କରାଯାଇଥିଲା I ମୋଟ୍ ୩୬୫ ଜଣ ଭିନ୍ନକ୍ଷମ ନାମ ପଞ୍ଜୀକରଣ କରିଛନ୍ତି I
ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, ବିଡିଓ କଲ୍ଯାଣ ସୌରଭ ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ବିଜନ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବାଜି ରାଉତ କଲେଜ୍ ର ଏନ୍ ଏସ୍ ଏସ୍ ଓ ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ଗାଇଡ୍ ସଦସ୍ୟ ଓ ପୋଲିସ୍ ପ୍ରଶାସନ ସହଯୋଗ କରିଥିଲେ I