ଭୁବନ ; ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ !

ଢ଼େଙ୍କାନାଳ: ଭୁବନ ଥାନା କୁଣ୍ଡା ଗ୍ରାମର ଏକ ଯୁବକ ବେକରେ ରଶି ଆତ୍ମହତ୍ଯା କରିଥିବା ଜଣାପଡିଛି I

କୁଣ୍ଡା ଗ୍ରାମର ଲକ୍ଷ୍ମୀଧର ରାଉତ (୨୮) ଆଜକୁ ପାଞ୍ଚ ମାସ ହେଲା ବର୍ଷା ରାଉତଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ବିବାହର ଏକମାସ ପରେ ବାପାମାଆ ଭାଇଭଉଣୀଙ୍କଠାରୁ ଅଲଗା ହୋଇ ଶଶୁର ଘର ନିମେଇଁପୁରରେ ରହୁଥିଲେ ଲକ୍ଷ୍ମୀଧର । ତେବେ ଲକ୍ଷ୍ମୀଧର ରାତିରେ ଶଶୁର ଘରେ ରହୁଥିବାବେଳେ ଦିନରେ ନିଜ ଘର କୁଣ୍ଡାରେ ରହୁଥିଲେ ।

ଗତକାଲି ଦିନ ୧୨ ଟା ସମୟରେ ଘରେ କବାଟ କିଳି ବେକରେ ରଶି ଲଗାଇ ଆତ୍ମହତ୍ଯା କରିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୁବନ ମେଡିକାଲରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ବ୍ୟକ୍ତିର ଶରୀରର କିଛି ସ୍ଥାନରେ ଲାଗିଛି ରକ୍ତର ଛିଟା ଲାଗିଥିବା ବେଳେ ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାର ପ୍ରକୃତ ରହସ୍ୟ ପୋଲିସ ଖୋଜୁଛି l

Leave A Reply

Your email address will not be published.

3 × four =